ସୋର, ୧୨/୦୮: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ଅଧିକାରୀ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆରଆଇଙ୍କୁ ଧରିଛି ଭିଜିଲାନ୍ସ। ଖଇରା ତହସିଲ ଅନ୍ତର୍ଗତ ତୁଡ଼ିଗାଡ଼ିଆ ଆରଆଇ ଶରତ କୁମାର ସେଠୀଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ।
ଜମି ମ୍ୟୁଟେସନ କେସ୍ରେ ପଟ୍ଟା ଦେବା ପାଇଁ ଆରଆଇ ଅଫିସରେ ଲାଞ୍ଚ ନେଉଥିଲେ। ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।