ଓଡ଼ିଶାରେ ପ୍ରଯୁକ୍ତି ବିପ୍ଳବକୁ ନୂଆ ଦିଗ

AI, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଉଦ୍‌ଘାଟିତ

ଭୁବନେଶ୍ୱର, ୧୨/୦୮: ଭୁବନେଶ୍ୱରସ୍ଥିତ NITKAL ଏଣ୍ଟରପ୍ରାଇଜ୍ ସର୍ଭିସେସ୍‌ର କ୍ୟାମ୍ପସରେ ଜାପାନୀଜ୍ SAP ସଫ୍ଟୱେର ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର (GCC) ସହିତ AI, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଉଦ୍‌ଘାଟନ ହୋଇଛି। ଏହି ଅବସର ଓଡ଼ିଶାରେ ଆଧୁନିକ ପ୍ରଯୁକ୍ତି, ନବସୃଜନ ଓ ଶିଳ୍ପଭିତ୍ତିକ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି।

ଏହି ନୂତନ ପଦକ୍ଷେପ ଓଡ଼ିଶାର ବଢ଼ୁଥିବା ପ୍ରଯୁକ୍ତିଗତ ସାମର୍ଥ୍ୟ ଓ ନିବେଶ ପାଇଁ ରାଜ୍ୟର ଅନୁକୂଳ ପରିବେଶକୁ ପ୍ରତିଫଳିତ କରୁଛି। କୃତ୍ରିମ ବୁଦ୍ଧିମତା (AI), ରୋବୋଟିକ୍ସ, ସେମିକଣ୍ଡକ୍ଟର ଏବଂ ଆଧୁନିକ ଡିଜିଟାଲ୍ ପ୍ରାତିଷ୍ଠାନିକ ଢାଞ୍ଚା ଭଳି ଭବିଷ୍ୟତମୁଖୀ କ୍ଷେତ୍ରରେ ଓଡ଼ିଶା ଦ୍ରୁତଗତିରେ ଏକ ଅଗ୍ରଣୀ ଗନ୍ତବ୍ୟସ୍ଥଳ ଭାବେ ଆଗେଇ ଚାଲିଛି।

ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଉନ୍ନତ ପ୍ରଯୁକ୍ତିରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି, ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ, ଶିଳ୍ପ-ଶିକ୍ଷାନୁଷ୍ଠାନ ସହଭାଗିତା ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ପ୍ରଯୁକ୍ତି ସେବା ପ୍ରଦାନରେ ଓଡ଼ିଶାର ସାମର୍ଥ୍ୟ ଆହୁରି ସୁଦୃଢ଼ ହେବ। ବିଶେଷକରି ଯୁବପିଢ଼ିଙ୍କ ପାଇଁ ଉଚ୍ଚଦକ୍ଷତାଭିତ୍ତିକ ନିଯୁକ୍ତି ଓ ନୂଆ ସୁଯୋଗ ସୃଷ୍ଟିରେ ଏହା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥାନ ସୁଦୃଢ଼ କରୁଛି।

ରାଜ୍ୟ ସରକାରଙ୍କ AI Policy, Semiconductor Policy ଏବଂ GCC Policy ମାଧ୍ୟମରେ ଭବିଷ୍ୟତର ପ୍ରଯୁକ୍ତି କ୍ଷେତ୍ରରେ ଥିବା ବ୍ୟାପକ ସମ୍ଭାବନାକୁ ସାକାର କରିବା ସହ ଓଡ଼ିଶାକୁ ଏକ ପ୍ରମୁଖ ଟେକ୍ନୋଲୋଜି ଓ ନବସୃଜନ ହବ୍ ଭାବେ ପରିଣତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି।

NITKAL ଏଣ୍ଟରପ୍ରାଇଜ୍ ସର୍ଭିସେସ୍‌ର ଏହି ପଦକ୍ଷେପ ଓଡ଼ିଶାରେ ବିଶ୍ୱସ୍ତରୀୟ ପ୍ରଯୁକ୍ତି କମ୍ପାନୀ ଓ ନିବେଶକମାନଙ୍କ ପାଇଁ ଥିବା ସୁଯୋଗକୁ ଆହୁରି ବ୍ୟାପକ କରିବ। ଏହା ଓଡ଼ିଶାର ‘Make in Odisha’ ଠାରୁ ‘Innovate in Odisha’ ଯାତ୍ରାକୁ ନୂଆ ଗତି ପ୍ରଦାନ କରିବା ସହ ରାଜ୍ୟକୁ ଏକ ଜ୍ଞାନଭିତ୍ତିକ ଓ ପ୍ରଯୁକ୍ତିନିର୍ଭର ଅର୍ଥନୀତି ଦିଗରେ ଆଗେଇ ନେବ।