ଡ. ଆଶୁତୋଷ ପରିଡ଼ା ପାଇବେ ‘ଶାରଳା ପୁରସ୍କାର’

ଦୁଇ ବିଶିଷ୍ଟ ବ୍ୟକ୍ତି ପାଇବେ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’

ଭୁବନେଶ୍ୱର, ୧୯/୦୮: ‘ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ’ (IMPaCT) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ପାଇଁ ମନୋନୀତ ହୋଇଛନ୍ତି ବିଶିଷ୍ଟ କବି ତଥା ବୈଜ୍ଞାନିକ ଡ. ଆଶୁତୋଷ ପରିଡ଼ା।

CSIR-IMMTର ପୂର୍ବତନ ବୈଜ୍ଞାନିକ ଡ. ଆଶୁତୋଷ ପରିଡ଼ା ତାଙ୍କ କବିତା ସଂକଳନ ‘ବିଶ୍ବାସ ଦେ ପୃଥିବୀ’ ପାଇଁ ପାଇବେ ଶାରଳା ପୁରସ୍କାର। ଅକ୍ଟୋବର ୨୫ରେ ମାନପତ୍ର ସହ ୭ ଲକ୍ଷ ଟଙ୍କାର ପୁରସ୍କାର ପାଇବେ

ସେହିପରି ଦୁଇ ବିଶିଷ୍ଟ ବ୍ୟକ୍ତି ପାଇବେ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’। ନୃତ୍ୟଗୁରୁ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର ଏବଂ ଶିକ୍ଷାବିତ ଦାମୋଦର ବେହେରା ପାଇବେ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’।

ଉଭୟେ ମାନପତ୍ର ସହ ଅଢ଼େଇ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ପାଇବେ। ସୂଚନାଯୋଗ୍ୟ, ଇମ୍ପାକ୍ଟ ପକ୍ଷରୁ ପ୍ରତିବର୍ଷ ସାରସ୍ୱତ କୃତି ପାଇଁ ‘ଶାରଳା ପୁରସ୍କାର’ ପ୍ରଦାନ କରାଯାଉଛି।