ବରିଷ୍ଠ ବିଜେଡ଼ି ନେତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଗାଡ଼ିକୁ ଧକ୍କା ଦେଲା ସିମେଣ୍ଟ ବୋଝେଇ ଟ୍ରକ

ନରସିଂହପୁର, ୨୦/୦୮: ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ନରସିଂହପୁର କମଳାଦେଇପୁର ନିକଟରେ ଧକ୍କା ଦେଇଛି ଏକ ଟ୍ରକ୍‌। ଦେବୀ ମିଶ୍ରଙ୍କ ଇନୋଭା କାରକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେଇଥିବା ସୂଚନା ମିଳିଛି।

ଧକ୍କା ଦେବା ଫଳରେ କାରର ପଛପଟ ଭାଙ୍ଗି ଯାଇଥିବା ବେଳେ ଷୌଭାଗ୍ୟବଶତଃ ଦେବୀ ମିଶ୍ର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକ୍‌ ଚାଳକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।