ବିଜେପିରୁ ପ୍ରକାଶ ପାଶୱାନ ସସ୍‌ପେଣ୍ଡ

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ସସ୍‌ପେଣ୍ଡ

ଭୁବନେଶ୍ୱର, ୨୦/୦୮: ବିଜେପିରୁ ପ୍ରକାଶ ପାଶୱାନଙ୍କୁ ସସ୍‌ପେଣ୍ଡ କରାଯାଇଛି। ଦଳୀୟ ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳା ଆଚରଣ ଅଭିଯୋଗରେ ତାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ପ୍ରକାଶ ପାଶୱାନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।

ପ୍ରକାଶ ପାଶୱାନ ଗତ କିଛିଦିନ ହେଲା ପାନପୋଷ ସର୍କିଟ ହାଉସ୍‌ ବୁକିଂ ଘଟଣାକୁ ନେଇ ଚର୍ଚ୍ଚାରେ ଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଦଳ ଭିତରେ ମଧ୍ୟ ଆଲୋଚନା ହୋଇଥିଲା। ଏହା ପରେ ତାଙ୍କ ଆଚରଣ ଓ ଦଳୀୟ ଶୃଙ୍ଖଳା ସମ୍ପର୍କିତ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ରାଜ୍ୟ ବିଜେପି ପକ୍ଷରୁ ତାଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଇଛି।