ଜୁଆ ଆଡ୍ଡାରେ ପୁଲିସ ଚଢ଼ାଉ; ଜଣେ ଗିରଫ, ଦୁଇ ଚମ୍ପଟ

୩୬,୯୬୦ ଟଙ୍କା, ୨ ମୋବାଇଲ ଓ ବାଇକ ଜବତ

ପାତ୍ରପୁର, ୨୨/୦୮ (ସୁରେଶ କୁମାର ପଟ୍ଟନାୟକ): ଚିକିଟି ବ୍ଳକ କେ. ନୂଆଗାଁ ଥାନା ଅଧୀନ ଆମ୍ବତୋଟା କାଳୀମନ୍ଦିର ନିକଟ ଡଭାର ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଗତକାଲି ପୁଲିସ ଚଢ଼ାଉ କରିଥିଲା। ଜୁଆ ଖେଳ ଚାଲିଥିବା ସୂଚନା ପାଇ ପୁଲିସ ଘଟଣାସ୍ଥଳର ଚତୁଃପାର୍ଶ୍ଵରେ ଘେରିଯାଇ ତିନିଜଣଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲା। ତେବେ ସେମାନଙ୍କ ମଧ୍ୟରୁ ଦୁଇଜଣ ପୁଲିସକୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି।

ପୁଲିସ ଘଟଣାସ୍ଥଳରୁ ନଗଦ ୩୬,୯୬୦ ଟଙ୍କା, ଦୁଇଟି ମୋବାଇଲ ଫୋନ ଓ ଦୁଇଟି ବାଇକ ଜବତ କରିଛି। ଏହି ଘଟଣାରେ ନୂଆପେଣ୍ଟ ଗ୍ରାମର ବିଜୁ ଜନତା ଦଳ ର ନେତା ତଥା ପ୍ରଫେସନଲ ଜୁଆଡ଼ି ବାବୁଲା ଚୌଧୁରୀ (ବୁଲୁ ଚୌଧୁରୀ)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି କେ.ନୁଆଁଗାଁ ପୋଲିସ। ଅନ୍ୟ ଦୁଇଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନୋଟିସ ଜାରି କରାଯାଇଥିବା କେ. ନୂଆଗାଁ ଥାନା ଅଧିକାରୀ ବିଶ୍ଵଜିତ ନାୟକ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଙ୍କ ସୂଚନା।