କମାଣ୍ଡର ରୋହିତ ଧନଖଡ ହେଲେ ସୈନିକ ସ୍କୁଲର ନୂତନ ଉପାଧ୍ୟକ୍ଷ
ସ୍କୁଲର କ୍ୟାଡେଟ୍ ଓ ପୁରାତନ ଛାତ୍ରଙ୍କ ଦ୍ୱାରା ସ୍ୱାଗତ ସଭା ଆୟୋଜିତ
ଭୁବନେଶ୍ୱର, ୨୪/୦୮: କମାଣ୍ଡର ରୋହିତ ଧନଖଡ ସୈନିକ ସ୍କୁଲ ଭୁବନେଶ୍ୱରର ୨୫ତମ ଉପାଧ୍ୟକ୍ଷ ଭାବେ ଯୋଗ ଦାନ କରିଛନ୍ତି ଏବଂ ତାଙ୍କର ସ୍ୱାଗତ ସମ୍ମାନାର୍ଥେ ସ୍କୁଲର ସମସ୍ତ କ୍ୟାଡେଟ୍ ଓ ପୁରାତନ ଛାତ୍ରଙ୍କ ଦ୍ୱାରା ସ୍ୱାଗତ ସଭାର ଆୟୋଜନ କରାଯାଇଥିଲା । କମାଣ୍ଡର ଧନଖଡ ୨୦୧୩ ମସିହାରେ ଭାରତୀୟ ନୌସେନାରେ କମିଶନଣ୍ଡ୍ ପାହିଆରେ ଯୋଗଦାନ ପୂର୍ବକ ଶିକ୍ଷାଗତ ଟ୍ରେନିଙ୍ଗ୍, ଶାସନ ବିଭାଗ ଓ ଯୁଦ୍ଧ କୌଶଳ ବିଭାଗରେ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ତାଙ୍କର ୧୩ବର୍ଷର ଅଭିଜ୍ଞତା ମଧ୍ୟରେ ମୁଖ୍ୟତଃ ଭାରତୀୟ ନୌସେନାରେ କାର୍ଯ୍ୟରତ ବିଭିନ୍ନ ଯୁଦ୍ଧ ଜାହାଜରେ ସେବା ପ୍ରଦାନ କରିଛନ୍ତି । ଏଥି ମଧ୍ୟରେ ଆଇ.ଏନ୍.ଏସ୍. କଦମ୍ବ ଓ ଆଇ.ଏନ୍.ଏସ୍. କରୱାର ରେ ସିନିୟର ଏଜୁକେସନ୍ ଅଫିସର୍, ନୌସେନା ରିକ୍ରୁଟମେଣ୍ଟ୍ ଅଫିସର, ଅଫିସର ଇନ୍ଚାର୍ଜ ଅନ୍ଲାଇନ୍ ପରୀକ୍ଷା ସେଣ୍ଟର, ମେରିଟାଇମ୍ ଲାଇବ୍ରେରୀ, ଭେଟେରାନ୍ ସେଇଲର୍ ଫୋରମ୍, ଅନ୍ଜାଦ୍ୱୀପ ଠାରେ ଏବଂ
ଅନ୍ୟାନ୍ୟ ପଦପଦବୀରେ କାର୍ଯ୍ୟନିର୍ବାହ କରିଛନ୍ତି । ଏହାଛଡ଼ା କମାଣ୍ଡର ଧନଖଡ, ଆଇ.ଏନ୍.ଏସ୍. ସର୍ଦ୍ଦାର ପଟେଲ୍ (ପୋର ବନ୍ଦର), ଏଜୁକେସନ୍ ଅଫିସର ଆଇ.ଏନ୍.ଏସ୍. ମାଣ୍ଡୋଭି (ଗୋଆ), ଅଫିସର ଇନ୍ଚାର୍ଜ ସାଗର ପ୍ରହରୀ ବଳ, ଆଇ.ଏନ୍.ଏସ୍. ବାଜ୍ (ଗ୍ରେଟ୍ ନିକୋବର), ଡିଭିଜିନାଲ୍ କମାଣ୍ଡର ଆଇ.ଏନ୍.ଏସ୍. ଚିଲିକା (ଖୋର୍ଦ୍ଧା), ଗନେରୀ ଅଫିସର ଆଇ.ଏନ୍.ଏସ୍. କେଶରୀ (ପୋର୍ଟ ବ୍ଲେୟାର), ଠାରେ ମଧ୍ୟ ପ୍ରଶଂସନିୟ ସେବାଦାନ କରିଛନ୍ତି । ଏହାଛଡା କମାଣ୍ଡର ଧାଙ୍କର ଭାରତୀୟ ନୌସେନାରେ ବ୍ୟାଡମିଣ୍ଟନ୍, କ୍ରସକଣ୍ଟ୍ରି ଓ ସ୍ୱିମିଙ୍ଗ୍ରେ ନିଜର ଉଚ୍ଚକୌଶଳ ଓ ନୌପନ୍ୟତା ପାଇଁ ପୁରସ୍କୃତ ହୋଇଛନ୍ତି । କମାଣ୍ଡର୍ ଧନଖଡ ଅଧ୍ୟାପିକା ସିତଲ୍ଙ୍କୁ ବିବାହ କରିବା ସହ ତାଙ୍କର ଦୁଇ ପୁତ୍ର ଅଛନ୍ତି । ସୈନିକ ସ୍କୁଲରେ ଏହି ଅଲ୍ରାଉଣ୍ଡର ତଥା ଉଚ୍ଚ କୌଶଳୀ ଅଫିସର୍ଙ୍କ ଯୋଗଦାନରେ ସ୍କୁଲ କ୍ୟାଡେଟ୍, ଷ୍ଟାଫ୍, ଅବିଭାବକ ଓ ପୁରାତନ ଛାତ୍ରଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ଉଦ୍ଦିପନାର ମାହୋଲ ସୃଷ୍ଟି ହୋଇଅଛି ଏବଂ ଆଶା କରାଯାଉଛି ଯେ କମାଣ୍ଡର୍ ଧନଖଡଙ୍କ ଉଚ୍ଚ ନେତୃତ୍ୟ ସ୍କୁଲର ଉତ୍ତୋରତ୍ତର ଉନ୍ନତ୍ତି ନିମନ୍ତେ ସହାୟକ ହୋଇପାରିବ ।