ମନ୍ତ୍ରୀ ରବିନାରାୟଣ ନାୟକଙ୍କ ମାଆଙ୍କ ଏକାଦଶାହରେ ମୁଖ୍ୟମନ୍ତ୍ରୀ

ଅନ୍ୟ ବରିଷ୍ଠ ମନ୍ତ୍ରୀଗଣ ମଧ୍ୟ ସାମିଲ

କୁଚିଣ୍ଡା, ୧୬/୦୯: କୁଚିଣ୍ଡାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକଙ୍କ ସ୍ୱର୍ଗତ ମାଆଙ୍କ ଏକାଦଶାହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୁଚିଣ୍ଡାରେ ପହଞ୍ଚି ମନ୍ତ୍ରୀ ରବିନାରାୟଣ ନାୟକ ଓ ତାଙ୍କ ପରିବାରବର୍ଗଙ୍କୁ ଭେଟି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏକାଦଶାହ କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ନେତାମାନେ ମଧ୍ୟ ଯୋଗଦେଇ ସ୍ୱର୍ଗତା ମାଆଙ୍କ ସ୍ମୃତିଚାରଣ କରିଥିଲେ।

ଉପସ୍ଥିତ ଅତିଥିମାନେ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ପରିବାରକୁ ଏହି ଦୁଃଖକୁ ସହିବା ପାଇଁ ଈଶ୍ୱର ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ।