ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲା ଶୁଣାଣି

ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ, ୧୭/୦୯: ପୁଣି ଘୁଞ୍ଚିଲା ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ମାମଲା ଶୁଣାଣି। ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ଉପରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପୁଣି ସ୍ଥଗିତ ରହିଛି। ଆସନ୍ତା ୨୨ ତାରିଖରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ଆସନ୍ତା ୨୨ ତାରିଖ ଶୁଣାଣି ସମୟରେ ରାଜ୍ୟ ସରକାର ଓ ୟୁପିଏସସିଙ୍କ ପକ୍ଷରୁ ସେମାନଙ୍କର ପକ୍ଷ ରଖାଯିବ

ରାଜ୍ୟରେ ନିୟମିତ ଡିଜିପି ନିଯୁକ୍ତି ଏବଂ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶାବଳୀ (ପ୍ରକାଶ ସିଂ ମାମଲାର ରାୟ) ଅନୁସାରେ ୟୁପିଏସସି ପ୍ୟାନେଲ ପ୍ରସ୍ତୁତିକୁ ନେଇ ଏହି ଆବେଦନ କରାଯାଇଛି। ବର୍ତ୍ତମାନ କାମଚଳା ଡିଜିପି ପରିଚାଳନା କରୁଛନ୍ତି। ତୁରନ୍ତ ଶୁଣାଣି ପାଇଁ ଏଜି ପିତାମ୍ବର ଆଚାର୍ଯ୍ୟ ନିବେଦନ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ଦର୍ଶାଇଛନ୍ତି ଏଜି।