ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

ଅଟଳ ବନରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା ରୋପଣ

ଭୁବନେଶ୍ୱର, ୧୭/୦୯: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଦିନ ଲୋକ ଭବନ ପରିସରସ୍ଥିତ ଅଟଳ ବନରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା ରୋପଣ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସୁସ୍ଥ, ସୁଖୀ ଓ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦୀଜୀଙ୍କ ସାର୍ବଜନୀନ ଜୀବନରେ ୨୫ ବର୍ଷ ପୂରଣ କରିଥିବା ରାଜ୍ୟପାଳ ଉଲ୍ଲେଖ କରିଛନ୍ତି।

“ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ। ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ସାର୍ବଜନୀନ ଜୀବନରେ ୨୫ ବର୍ଷ ପୂରଣ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି,” ବୋଲି ରାଜ୍ୟପାଳ କହିଥିଲେ।

ଚାରା ରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟପାଳ କହିଥିଲେ ଯେ ‘ଏକ ପେଡ୍ ମା କେ ନାମ’ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରିୟ କାର୍ଯ୍ୟକ୍ରମ। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ଏଭଳି ପଦକ୍ଷେପର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ।

ମୋଦୀଙ୍କ ସାର୍ବଜନୀନ ଜୀବନ କାଳରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଜନକଲ୍ୟାଣମୂଳକ ପଦକ୍ଷେପକୁ ମଧ୍ୟ ରାଜ୍ୟପାଳ ସ୍ମରଣ କରିଛନ୍ତି। ଏଥିସହ ଭାରତର ବିକାଶ ସହ ବିଶ୍ୱସ୍ତରରେ ଦେଶର ଛବିକୁ ଅଧିକ ସୁଦୃଢ଼ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରାଜ୍ୟପାଳ ଉଲ୍ଲେଖ କରିଥିଲେ।

ଏହି ଅବସରରେ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ସୁସ୍ଥ ଓ ସୁଖୀ ଜୀବନ କାମନା କରୁଛି ଏବଂ ମୋର ଶୁଭେଚ୍ଛା ଜଣାଉଛି ବୋଲି ରାଜ୍ୟପାଳ କହିଛନ୍ତି।