କଲ୍ୟାଣସିଂହପୁର, ୧୭/୯(ନିପ୍ର): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ବରୀଗୁଡାଗ୍ରାମ ନିକଟରେ ଥିବା କଲଟିପଦର ଫରେଷ୍ଟ ପ୍ଲାଣ୍ଟେସନ କ୍ଷେତ୍ର ମଧ୍ୟରେ ମାଆଙ୍କ ନାମରେ ଗୋଟିଏ ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଛି । ଏଥିରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ, ରେଞ୍ଜର ସଚ୍ଚିଦାନନ୍ଦ ପରିଡା ସମ୍ନାନୀୟ ଅତିଥି ଭାବେ ରହିଥିଲେ। କଲଟିପଦର ଫରେଷ୍ଟ ପ୍ଲାନଟେସନ କ୍ଷେତ୍ର ପ୍ରାୟ ୨୦୦ଟି ଔଷଧୀୟ ବୃକ୍ଷ ସହ ବଉଳ,ଆମ୍ବ,ଡାଳିମ୍ବ,ଲେମ୍ବୁ, ପିସ୍ଥାବାଦାମ ଭଳି ବିଭିନ୍ନ ବୃକ୍ଷ ରୋପଣ କରିଛନ୍ତି। ପ୍ରାକୃତିକ ପରିବେଶ କୁ ସବୁଜିମା ଓ ସୁସ୍ଥ ସମାଜ ଗଠନ ପାଇଁ ବୃକ୍ଷ ରୋପଣ ର ଆବଶ୍ୟକତା ରହିଛି ବୋଲି ରେଞ୍ଜର ସଚ୍ଚିଦାନନ୍ଦ ପରିଡା କହିଛନ୍ତି।
ଏଥିରେ କଲ୍ୟାଣସିଂହପୁର ବନପାଳ ବର୍ଖାରାଣୀ ପାତ୍ର, ଶିକରପାଇ ସେକ୍ସନ ବନପାଳ ଅଶ୍ୱିନୀ କରକରିଆ, କରଞ୍ଜ। ଗ୍ରାମର ମା ସନ୍ତୋଷୀ ମହିଳା ଗ୍ରୁପ ଓ ବିଦ୍ୟାଳୟ ର ଛାତ୍ର ଛାତ୍ର, ବନ ବିଭାଗ ର ସମସ୍ତ କର୍ମଚାରୀ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତି ରହି ବୃକ୍ଷ ରୋପଣ ରେ ସହଯୋଗ କରିଥିଲେ।