ହାଇଟେକ ଦନ୍ତଚିକିତ୍ସା ମହାବିଦ୍ୟାଳୟରେ ପାଞ୍ଚ ଦିନିଆ ଗଣେଶ ଉତ୍ସବ ୨୦୨୬
ପ୍ରତ୍ୟେହ ସନ୍ଧ୍ୟାରେ ଭଜନ କୀର୍ତନ ଅନୁଷ୍ଠିତ
ଭୁବନେଶ୍ୱର, ୧୮/୦୯: ହାଇଟେକ ଦନ୍ତ ଚିକିତ୍ସା ମହାବିଦ୍ୟାଳୟରେ ପଞ୍ଚଦିବସ ବ୍ୟାପି ଶ୍ରୀ ଗଣେଶ ଉତ୍ସବ ୨୦୨୬ ମହାସମାରୋହରେ ପାଳିତ ହେଉଅଛି। ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ବିଶ୍ୱରେ ଭାରତକୁ ପରିଚୟ ସୃଷ୍ଟି କରିବାକୁ ଯାଉଛି। ସହସ୍ରାଧିକ ଡାକ୍ତରୀ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପରିବେଶରେ ପ୍ରତେହ ସନ୍ଧ୍ୟାରେ ଭଜନ କୀର୍ତନ ସହ ମନୋଜ୍ଞ ବିଭୂଚେତନା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶକୁ ଆଧ୍ୟାତ୍ମିକମୟ ସୃଷ୍ଟି କରୁଛି। ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ସଂଗ୍ରାମ ପାତ୍ର ବିଦ୍ୟାର୍ଥୀ ମାନଙ୍କ ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଥବାବେଳେ ଉପାଧ୍ୟକ୍ଷ ଡ଼କ୍ଟର ସୁବାସ ନାୟକ ଡ଼କ୍ଟର ଅଭିତୋଷ ଦେବତା, ଡ଼କ୍ଟର ସିଦ୍ଧାର୍ଥ ନାୟକ ଡ଼କ୍ଟର ଦେବଜ୍ୟୋତି ବର୍ଦ୍ଧନ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ପାଠପଢା ସହ ଆଧ୍ୟାତ୍ମିକ ଭାବନା ପ୍ରତି ଜାଗ୍ରତ ରହିବା ପାଇଁ ଆହ୍ୱାନ ଦେଇଥିବା ବେଳେ ବିଦ୍ୟାର୍ଥୀ ସାରଦା ପ୍ରସନ ଆଚାର୍ଯ୍ୟ, ନିଲୁଫର ଜହନା, ଆକାଂକ୍ଷ୍ୟା ଦଳବେହେରା, କୈବଲ୍ୟ ପ୍ରଧାନ, ତନ୍ମୟ ଭୂୟାଁ, କାଜଲ ରଥ, ସିଦ୍ଧାର୍ଥ ପଟ୍ଟନାୟକ, ସମୀକ୍ଷ୍ୟା ଦାସ, ଶିବାନୀ ମିଶ୍ର ଶ୍ରେୟା ବକ୍ସି, ସଂଯୁକ୍ତା ଚାନ୍ଦ, ନେହା ଦାସ, ସବା ସରମିନି ଇତ୍ୟାଦି ବିଦ୍ୟାର୍ଥୀ ଖୁବ ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚାଳନା କରିଥିଲେ । ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀ ମନେଜିଙ୍ଗ ଟ୍ରଷ୍ଟି ତଥା ସିଇଓ ସୁରେଶ ପାଣିଗ୍ରାହୀ ଓ ଟ୍ରଷ୍ଟି ମଧୁସ୍ମିତା ପାଣିଗ୍ରାହୀ ମହାବିଦ୍ୟାଳୟର ଅଧକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଡାକ୍ତରୀ ବିଦ୍ୟାର୍ଥୀଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି।