ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ମାଲକାନଗିରି, ୨୭/୦୯: ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ଦାଶଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଏକକାଳୀନ ଚଢ଼ାଉ ହୋଇଛି।

ଆୟର ଉତ୍ସ ଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଡିଆରଡିଏ କାର୍ଯ୍ୟାଳୟ ସମେତ ଭଡ଼ା ଘରେ ଜାରି ରହିଛି ଚଢ଼ାଉ। ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ଘରେ ଏକ ଚାରି ମହଲା ଘର, ବ୍ରହ୍ମପୁରର ନୀଳାଚଳ ନଗରରେ ଏକ ଦୁଇ ମହଲା ଘର, ଗଞ୍ଜାମ ବାସୁଦେବପୁର ଗୋବରାରେ ଥିବା ଏକ ଘର ଏବଂ ବ୍ରହ୍ମପୁର ଗଜପତି ନଗରରେ ଥିବା ପୈତୃକ ଘରେ ଚଢାଉ ଚାଲିଛି।

ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସ୍‌ପି, ୫ ଡିଏସ୍‌ପି, ୫ ଇନ୍‌ସ୍ପେକ୍ଟର ନିୟୋଜିତ ହୋଇଛନ୍ତି।