ଆଜି ଖୋଲା ରହିବ ବ୍ୟାଙ୍କ

ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ଦେଶର ସମସ୍ତ ବ୍ୟାଙ୍କ

ନୂଆଦିଲ୍ଲୀ, ୨୭/୦୯: ଆସନ୍ତାକାଲି ଠାରୁ ଦେଶରେ ସମସ୍ତ ବ୍ୟାଙ୍କ କର୍ମଚାରୀ ଧର୍ମଘଟ ଡାକରା ଦେଇଥିବାରୁ ଆଜି ସମସ୍ତ ବ୍ୟାଙ୍କ ଖୋଲା ରହିବ। ଆଜି ଦେଶର ସମସ୍ତ ପିଏସବି ଓ ଆରଆରବି ବ୍ୟାଙ୍କ ଖୋଲା ରହିବ। ସବୁ ସରକାରୀ କ୍ଷେତ୍ରୀୟ ବ୍ୟାଙ୍କ (ପିଏସବି) ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ରେ କାର୍ଯ୍ୟ ସ୍ୱାଭାବିକ ହେବ। ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବ୍ୟାଙ୍କ ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ପ୍ରସ୍ତାବିତ ୩ ଦିନିଆ ଧର୍ମଘଟକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ରାହକଙ୍କ ସୁବିଧା ଓ ବ୍ୟାଙ୍କିଂ ସେବା ସ୍ୱାଭାବିକ ରଖିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ତେଣୁ ଜରୁରୀକାଳୀନ ନିଷ୍ପତ୍ତିର ସେବା ନେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅପିଲ୍ କରିଛି।

ସୂଚନାଯୋଗ୍ୟ, ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି।