ପୁଣି ସୃଷ୍ଟି ହେଲା ଲଘୁଚାପ

ବାୟୁମଣ୍ଡଳର ୯.୪ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି ଘୂର୍ଣ୍ଣିବଳୟ

ଭୁବନେଶ୍ୱର, ୨୭/୦୯: ଦକ୍ଷିଣ ମିଆଁମାର ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହି ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ପ୍ରାୟ ୯.୪ କିଲୋମିଟର ଉଚ୍ଚତାରେ ରହିଛି।

ଏହି ସିଷ୍ଟମ ଆଗକୁ ଦକ୍ଷିଣ ମିଆଁମାରର ଇରାୱାଡି ଅଞ୍ଚଳ ଓ ଆଣ୍ଡାମାନ ସାଗର ସଂଲଗ୍ନ ଅଞ୍ଚଳ ଦେଇ ଅଗ୍ରସର ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ ଅଞ୍ଚଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଆଣ୍ଡାମାନ ଓ ମିଆଁମାର ସଂଲଗ୍ନ ଇରାୱାଡି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି।