କିଷ୍ଟକୁ ଜାତୀୟ ସମ୍ମାନ, ମିଳିଲା ‘ଇମର୍ଜିଙ୍ଗ ଟେକ୍ନୋଲୋଜି ଏକ୍ସିଲେନ୍ସ ଆୱାର୍ଡ’

ସମ୍ମାନ ଗ୍ରହଣ କଲେ ନିର୍ଦେଶକ ଇଂ ଅନିଲ କୁମାର ପାଣିଗ୍ରାହୀ

ଭୁବନେଶ୍ୱର, ୨୭/୦୯: ରାଜସ୍ଥାନର ଗୋଲାପୀ ସହର ଜୟପୁର ଠାରେ ଏଡ଼ୁସ୍କିଲ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ  କଲେଜ ପରିଚାଳନା ସମ୍ମିଳନୀରେ ଓଡ଼ିଶାର କୋଣାର୍କ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଭୁବନେଶ୍ୱରକୁ ସମ୍ମାନଜନକ “ଇମର୍ଜିଙ୍ଗ ଟେକ୍ନୋଲୋଜି ଏକ୍ସିଲେନ୍ସ ଆୱାର୍ଡ଼” ପ୍ରଦାନ କରାଯାଇଛି।

ଏହି ଜାତୀୟସ୍ତରୀୟ ସମ୍ମିଳନୀରେ ଦେଶର ପ୍ରାୟ ୨୦ଟି ରାଜ୍ୟରୁ ୧୫୦ଟି କଲେଜ ଓ ଶିକ୍ଷାନୁଷ୍ଠାନର ପ୍ରତିନିଧି, ସହିତ ପ୍ରାୟ ୨୦୦ କମ୍ପାନୀ  ମାନବସମ୍ଭଳ ମ୍ୟାନେଜର ଏବଂ କର୍ପୋରେଟ୍ ପ୍ରତିନିଧି ଯୋଗଦେଇଥିଲେ। ଉଦୟମାନ ପ୍ରଯୁକ୍ତି, କୌଶଳ ବିକାଶ, ନିଯୁକ୍ତିଯୋଗ୍ୟତା, ଶିଳ୍ପ–ଶିକ୍ଷା ସମନ୍ୱୟ ଏବଂ ଭବିଷ୍ୟତ କାର୍ଯ୍ୟକ୍ଷେତ୍ରର ଆବଶ୍ୟକତା ଉପରେ ଏହି ମଞ୍ଚରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।

ସମ୍ମିଳନୀରେ ବିଶିଷ୍ଟ ଅତିଥି ଭାବେ ଡ଼. ଶୁଭଜିତ ଜଗଦେବ, ପ୍ରତିଷ୍ଠାତା ଏଡ଼ୁସ୍କିଲ, ସି ଇ ଓ ହାକିମ ବାଦଶାହ, ପରିଚାଳନା ନିର୍ଦେଶକ – ଦକ୍ଷତା ଦେଲୋଟେ ଡ଼.  ସିଦ୍ଧାଲିଙ୍ଗ ସ୍ୱାମୀ , ଉପଦେଷ୍ଟା   ଭାରତୀୟ ଶିକ୍ଷା ମନ୍ତ୍ରଣାଳୟ ଏବଂ ଶ୍ରୀ ରାମଦାସ ଆଠାୱାଲେ, ମାନ୍ୟବର କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଜ୍ୟମନ୍ତ୍ରୀ, ଭାରତ ସରକାର ଉପସ୍ଥିତ ଥିଲେ।

ଉଦୟମାନ ପ୍ରଯୁକ୍ତିମୁଖୀ ଶିକ୍ଷା, ନବୀନତା, କୌଶଳ ବିକାଶ ଏବଂ ଛାତ୍ରଛାତ୍ରୀଙ୍କୁ ଶିଳ୍ପକ୍ଷେତ୍ରର ପରିବର୍ତ୍ତନଶୀଳ ଚାହିଦାନୁସାରେ ପ୍ରସ୍ତୁତ କରିବାରେ  କିଷ୍ଟର ଅବଦାନକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି।

କିଷ୍ଟର ନିର୍ଦ୍ଦେଶକ ଇଂ. ଅନିଲ କୁମାର ପାଣିଗ୍ରାହୀ  ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ। ଜୟପୁରରେ ଆୟୋଜିତ ଏହି ଜାତୀୟସ୍ତରୀୟ ମଞ୍ଚରେ କିଷ୍ଟର ସଫଳତା ସଂସ୍ଥାର ଶିଳ୍ପମୁଖୀ ଶିକ୍ଷା, ଆଧୁନିକ ପ୍ରଯୁକ୍ତି ଏବଂ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଉନ୍ନତି ପ୍ରତି ଅବିରତ ପ୍ରତିବଦ୍ଧତାର ପ୍ରତିଫଳନ।

ଏହି ସଫଳତା କିଷ୍ଟ ପରିବାର ସହିତ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଥିବାବେଳେ, ଜାତୀୟସ୍ତରରେ ପ୍ରଯୁକ୍ତି ଶିକ୍ଷା, ନବୀନତା ଏବଂ ଶିଳ୍ପ-ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାର ପ୍ରାୟୋଗିକ ଶିକ୍ଷାନୁଷ୍ଠାନମାନଙ୍କ ଅବଦାନକୁ ଆହୁରି ପ୍ରତିଷ୍ଠିତ କରିଛି। ଏଥି ପାଇଁ  ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀ  ଓ ମନେଜିଙ୍ଗ ଟ୍ରଷ୍ଟି ତଥା ଗ୍ରୁପ ସି ଇ ଓ ସୁରେଶ ପାଣିଗ୍ରାହୀ କିଷ୍ଟର  ଅଧ୍ୟକ୍ଷ ଅଧ୍ୟାପକ ଓ ସମସ୍ତ ସଦସ୍ୟଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି।