‘ସୁନାମି ରେଡି ରିକଗ୍ନିସନ୍’ ହାସଲ କରିଥିଲେ।
୨୦୨୬ରେ ଆଉ ୭୫ଟି ଉପକୂଳବର୍ତ୍ତୀ ଗ୍ରାମକୁ ‘ସୁନାମି ରେଡି’ ଭାବେ ସ୍ୱୀକୃତି ମିଳିବା ସହ ଓଡ଼ିଶାରେ ‘ସୁନାମି ରେଡି’ ଗ୍ରାମ ସଂଖ୍ୟା ୧୦୦ରେ ପହଞ୍ଚିଛି। ୬ଟି ଉପକୂଳବର୍ତ୍ତୀ ଜିଲ୍ଲାର ୩୮୧ଟି ସୁନାମି ପ୍ରବଣ ଗ୍ରାମ ଓ ବସତିକୁ ପର୍ଯ୍ୟାୟକ୍ରମେ ସୁନାମି ପ୍ରସ୍ତୁତ କରିବା ରାଜ୍ୟର ବୃହତ୍ ଲକ୍ଷ୍ୟ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ।
୧୦୦ଟି ସୁନାମି ରେଡି ଗ୍ରାମର ଏହି ସଫଳତା ଓଡ଼ିଶାର ଜନକୈନ୍ଦ୍ରିକ ବିପର୍ଯ୍ୟୟ ପରିଚାଳନା ମଡେଲର ପ୍ରତିଫଳନ, ଯେଉଁଠାରେ ବୈଜ୍ଞାନିକ ଜ୍ଞାନ, ଅନୁଷ୍ଠାନିକ ପ୍ରସ୍ତୁତି ଓ ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏକତ୍ରିତ ହୋଇ ଉପକୂଳବର୍ତ୍ତୀ ସମୁଦାୟକୁ ଅଧିକ ପ୍ରତିରୋଧକ କରିବା ସହ ସୁନାମି ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟର କ୍ଷମତାକୁ ସୁଦୃଢ଼ କରୁଛି।