ଗଞ୍ଜେଇ ଜବତ, ଜଣେ ଗିରଫ

୫ କିଲୋଗ୍ରାମ ଗଞ୍ଜେଇ, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ନଗଦ ୧,୭୨୦ ଟଙ୍କା ଜବତ

ଦଶପଲ୍ଲା, ୨୮/୦୯: ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ପୁଲିସ ଦ୍ୱାରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ଜଣକ ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲା ଉଲୁବେରିଆ ଥାନା ଅନ୍ତର୍ଗତ ଚେଙ୍ଗାଇଲ ଗ୍ରାମର ସୁଲତାନ ଶାହଙ୍କ ପୁଅ ବବୁଲୁ ଶାହ (୪୭) ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ବିଭାଗୀୟ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ ସୋମବାର ଦିନ ବାଣିଗୋଛା ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ରଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ବିରେନ୍ଦ୍ର କୁମାର ଦେହୁରୀଙ୍କ ନେତୃତ୍ୱରେ ଟିମ୍ କାମିଟିପଙ୍ଗା ବସ୍ ଷ୍ଟପ୍ ନିକଟରେ ଚଢ଼ାଉ କରିଥିଲେ। ସେଠାରେ ବସ୍‌କୁ ଅପେକ୍ଷା କରିଥିବା ବବୁଲୁଙ୍କ ସନ୍ଦେହଜନକ ଗତିବିଧି ଦେଖି ତଲାସି ନିଆଯାଇଥିଲା। ତଲାସି ସମୟରେ ତାଙ୍କ ନିକଟରୁ ୫ କିଲୋଗ୍ରାମ ଗଞ୍ଜେଇ, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ନଗଦ ୧,୭୨୦ ଟଙ୍କା ଜବତ କରାଯାଇଥିଲା। ଏହି ସମ୍ପର୍କରେ ବାଣିଗୋଛା ଥାନାରେ ଏନ୍‌ଡିପିଏସ୍ ଆକ୍ଟର ବିଭିନ୍ନ ଦଫାରେ ଓ କେସ୍ ନଂ ୧୨୪/୨୦୨୬ ମାମଲା ରୁଜୁ କରାଯାଇଛି।