ପୁରୀ/ଭୁବନେଶ୍ୱର, ୧୧/୧୦: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ସ୍ୱଚ୍ଛତା ହିଁ ସେବା ୨୦୨୬ ଅଭିଯାନର ଅଂଶ ସ୍ୱରୂପ ତଥା ଏବଂ ବେଳାଭୂମି ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ପୁରୀ ବେଳାଭୂମିରେ ଏକ ସଫେଇ ଓ ସ୍ୱଚ୍ଛତା ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ନାଲକୋର ନିର୍ଦେଶକ, ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ଉତ୍ପାଦନ), ଡ. ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ), ଏବଂ ଶ୍ରୀ ଅଭୟ କୁମାର ବେହୁରିଆ, ନିର୍ଦ୍ଦେଶକ (ବିତ୍ତ), ପ୍ରମୁଖ ଉପସ୍ଥିତ ଥିଲେ ।
ଏଥିସହ ନାଲକୋ ର ବରିଷ୍ଠ ଅଧିକାରୀ, କର୍ମଚାରୀ, ନାଲକୋ ଫାଉଣ୍ଡେସନ ର କର୍ମକର୍ତ୍ତା, ସହଯୋଗୀ ଏବଂ ବିଶ୍ୱମ୍ବର ବିଦ୍ୟାପୀଠର ଉତ୍ସାହୀ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପୁରୀ ବେଳାଭୂମିରେ ଏହି ଅବସରରେ ସ୍ୱଚ୍ଛତା ସମ୍ପର୍କିତ ବାର୍ତ୍ତା ଦେଉଥିବା ଏକ ବାଲୁକା କଳା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହା ପର୍ୟ୍ୟଟକମାନଙ୍କୁ ଆକର୍ଷିତ କରିବା ସହିତ ପରିବେଶ ସୁରକ୍ଷାର ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲା।