ଓରାଙ୍ଗଉଟାନ ମାମଲାରେ ଇଣ୍ଡୋନେସିଆ ଯିବ କ୍ରାଇମବ୍ରାଞ୍ଚ STF ଟିମ୍

ଅଧିକ ତଥ୍ୟ ହାସଲ କରିବ

ଭୁବନେଶ୍ୱର, ୧୩/୧୦: ଓରାଙ୍ଗଉଟାନ ଚାଲାଣ ମାମଲାର ତଦନ୍ତକୁ ଆହୁରି ଆଗକୁ ବଢ଼ାଇବାକୁ ଇଣ୍ଡୋନେସିଆ ଯିବ କ୍ରାଇମବ୍ରାଞ୍ଚ STFର ଏକ ଟିମ୍। ଓରାଙ୍ଗଉଟାନ ଚାଲାଣ ସମ୍ପର୍କରେ ପ୍ରାଥମିକ ପ୍ରମାଣ ମିଳିବା ପରେ ତଦନ୍ତକୁ ଜୋରଦାର କରିଛି STF। ଇଣ୍ଡୋନେସିଆ ଗସ୍ତ ସମୟରେ ଟିମ୍‌ ସେଠାରେ ଅଧିକ ତଥ୍ୟ ସଂଗ୍ରହ କରିବା ସହ ମାମଲାର ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରିବ।

ଏହି ମାମଲାରେ ଓରାଙ୍ଗଉଟାନ କେଉଁଠାରୁ ଅଣାଯାଇଥିଲା, ଏହାର ଚାଲାଣ ପଛରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏବଂ ଏହା ପଛରେ କୌଣସି ଆନ୍ତର୍ଜାତିକ ଚାଲାଣ ରାକେଟ୍‌ କାମ କରୁଛି କି ନାହିଁ, ସେ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବ ଟିମ୍। ତେବେ ଏସଟିଏଫ ଟିମ୍ କେବେ ଯିବ ଇଣ୍ଡୋନେସିଆ, ସେ ନେଇ ବିଶେଷ ତଥ୍ୟ ମିଳିନାହିଁ।