ଝୁଲି ପଡ଼ିଲେ ଏଆରଆଇ

ସହାୟକ ରାଜସ୍ୱ ନିରୀକ୍ଷକଙ୍କ ଆତ୍ମହତ୍ୟା

ସୁବର୍ଣ୍ଣପୁର, ୧୪/୧୦: ଝୁଲି ପଡ଼ିଲେ ଏଆରଆଇ। ତରଭା ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ରାଜସ୍ୱ କାର୍ଯ୍ୟାଳୟରେ ସହାୟକ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିବା ତରୁଣାନନ୍ଦ ସାହୁ (୩୨) ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଛି।

ଆଜି ସକାଳେ ସୋନପୁର ସହରର ଘୋଡ଼ାଘାଟପଡ଼ାସ୍ଥିତ ନିଜ ଘରୁ ତାଙ୍କ ମୃତଦେହ ମିଳିଥିଲା। ପରିବାର ଲୋକଙ୍କ ସୂଚନା ଅନୁସାରେ, ସେ ମଙ୍ଗଳବାର ସନ୍ଧ୍ୟାରେ ବାହାରକୁ ଯାଇଥିଲେ ଏବଂ ରାତି ପ୍ରାୟ ୯ଟାରେ ଘରକୁ ଫେରିଥିଲେ। ଏହା ପରେ ରାତିରେ ଏପରି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଆଜି ସକାଳେ ପରିବାର ଲୋକେ ଏହା ଜାଣିବାକୁ ପାଇଥିଲେ। ତେବେ କାହିଁକି ସେ ଏଭଳି ଚରମ ପଦକ୍ଷେପ ନେଲେ, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ସୋନପୁର ପୋଲିସ ତଦନ୍ତ ଆରମ୍ଭ କରିଛି।