ଯୋଡ଼ା, ୧୫/୧୦: ଯୋଡା ବ୍ଲକରେ ନୂତନ ଭାବେ ଚନ୍ଦନ କୁମାର ମଣ୍ଡଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ଚମ୍ପୁଆ ଉପଜିଲ୍ଲାପାଳ କାର୍ଯ୍ୟଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ସରକାର ଅକ୍ଟୋବର ୧୦ ତାରିଖରେ ୩୨ ଜଣଙ୍କୁ ବିଡ଼ିଓଙ୍କୁ ବଦଳି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ ଯୋଡା ପୂର୍ବତନ ବିଡ଼ିଓ ଡେନିସ ବେହେରା ନୟାଗଡ ଜିଲ୍ଲା ଗଣିଆ ବ୍ଲକକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଶ୍ରୀ ମଣ୍ଡଳଙ୍କୁ ନିଯୁକ୍ତି କରାଯାଇଛି । ଶ୍ରୀ ବେହେରା ନୂତନ ବିଡ଼ିଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ବ୍ଲକର ସମସ୍ତ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବିଡ଼ିଓ କାର୍ଯ୍ୟଭାର ଗ୍ରହଣ କଲା ପରେ ପଞ୍ଚାୟତ ସ୍ତରୀୟ ବିଭିନ୍ନ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଉଛି l ଯୋଡା ବ୍ଲକ ହେଡ କ୍ଲର୍କ ହର କୁମାର ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ସାହୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍ବରୂପରାଜ ବିଶୋଇ, ଜିପିଡିଓ ଭବାନୀ ପ୍ରସାଦ ନନ୍ଦ, ଯନ୍ତ୍ରୀ କାର୍ତ୍ତିକେଶ୍ୱର ନାଏକଙ୍କ ସମେତ ବ୍ଲକ କାର୍ଯ୍ୟଳୟର ବହୁ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Next Post