ଛାତ୍ର ସଂସଦ ନିର୍ବାଚନ ୨୦୨୬: କିଏ କେଉଁଠି ଜିତିଲେ

ରମାଦେବୀ ଓ ରେଭେନ୍ସାରେ ବିସିଜେଡିର ବାଜିମାତ

ଭୁବନେଶ୍ୱର, ୧୬/୧୦: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଅକ୍ଟୋବର ୧୫ ତାରିଖରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ଜିତିଥିବା ବେଳେ ବିଜେବି ସ୍ୱୟଂଶାସିତ କଲେଜ ଓ ରାଜଧାନୀ କଲେଜରେ ଏବିଭିପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

 

କିଏ କେଉଁଠି ଜିତିଛି:

ରାଜ୍ୟର କିଛି ପ୍ରମୁଖ ଶିକ୍ଷାନୁଷ୍ଠାନ:

୧. ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ: ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସମର୍ଥିତ ବିଶ୍ୱଜିତ ସାହୁ ସଭାପତି ପଦରେ ବିଜୟୀ ହୋଇଛନ୍ତି। ସେ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି।

୨. ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର: ବିସିଜେଡି ସମର୍ଥିତ ସୋନାଲି ବେହେରା ସଭାପତି ପଦରେ ବିଜୟୀ ହୋଇଛନ୍ତି। ସେ ଏବିଭିପିର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଛନ୍ତି।

୩. ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର: ଏବିଭିପିର‌ ବିଜୟ ହାସଲ। ୯ଟି ପଦ ମଧ୍ୟରୁ ୭ଟି ପଦ‌ ହାତେଇଛି ଏବିଭିପି। ଉପସଭାପତି ପଦ ସହ ୨ଟି ସିଟ୍ ଜିତିଲା ଏନଏସୟୁଆଇ।

୪. ବିଜେବି ସ୍ୱୟଂଶାସିତ କଲେଜ, ଭୁବନେଶ୍ୱର: ଏବିଭିପି ସମର୍ଥିତ ଆର୍ଯ୍ୟନ ମହାପାତ୍ର ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଛନ୍ତି।

୫. ରାଜଧାନୀ କଲେଜ, ଭୁବନେଶ୍ୱର: ଏବିଭିପି ସମର୍ଥିତ ଅବିନାଶ ପାଢ଼ୀ ସଭାପତି ପଦ ହାସଲ କରିଛନ୍ତି।

୬. ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର: ଏବିଭିପି ସମର୍ଥିତ ସ୍ୱାଧୀନ ଆଚାର୍ଯ୍ୟ ସଭାପତି ନିର୍ବାଚିତ ହୋଇଛନ୍ତି। ରିପୋର୍ଟ ଅନୁସାରେ, ଏଠାରେ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ୧୩ଟି ପଦରେ ବିଜୟୀ ହୋଇଛନ୍ତି।

୭. ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଏବିଭିପି ସମର୍ଥିତ କୀର୍ତ୍ତିବନ୍ତ ରଣା ସଭାପତି ପଦରେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି।

୮. ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର: ଏବିଭିପି ସମସ୍ତ ପଦରେ ବିଜୟ ହାସଲ କରିଛି।

୯. ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ: ସ୍ୱାଧୀନ ପ୍ରାର୍ଥୀ ସନ୍ତୋଷ କୁମାର ପୁଣ୍ଡି ସଭାପତି ପଦରେ ବିଜୟୀ ହୋଇଛନ୍ତି।

୧୦. ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ: ଏବିଭିପି କିଛି ପଦରେ ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ କିଛି ପଦରେ ଜିତିଛନ୍ତି।

୧୧. ଶୈଳବାଳା ମହିଳା କଲେଜ: ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ

୧୨. କମଳା ନେହେରୁ ମହିଳା ମହାବିଦ୍ୟାଳୟ: ବିସିଜେଡି ପ୍ରାର୍ଥୀଙ୍କ ବିଜୟ

୧୩. ମହର୍ଷି କଲେଜ: ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ଲାଭ

୧୪. ୟୁନିଭର୍ସିଟି ଅଫ ଲ’ କଲେଜ: ଏବିଭିପିର‌ ବିଜୟ

ରାଜ୍ୟର ଅନ୍ୟ କଲେଜ:

୧. ଅନୁଗୁଳ ମହିଳା ମହାବିଦ୍ୟାଳୟ: ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ୮ଟି ପଦରେ ବିଜୟୀ।

୨. ଜୟଦେବ କଲେଜ: ଏବିଭିପିର ବିଜୟ

୩. ତାଳଚେର ସ୍ୱୟଂଶାସିତ କଲେଜ: ଏବିଭିପିର ବିଜୟ

୪. ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ, ତାଳଚେର: କ୍ରୀଡ଼ା ସମ୍ପାଦକ ପଦ ବ୍ୟତୀତ ଅନ୍ୟ ପଦରେ ଏବିଭିପିର ବିଜୟ; କ୍ରୀଡ଼ା ସମ୍ପାଦକ ପଦରେ ବିସିଜେଡିର ବିଜୟ

୫. ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟ, ଦଶପଲ୍ଲା: ବିସିଜେଡି ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକ ପଦରେ ବିଜୟୀ

୬. ପିକେଏସଏସ କଲେଜ, ଝାରସୁଗୁଡ଼ା: ବିସିଜେଡି ସଭାପତି ଓ ସାଧାରଣ ସମ୍ପାଦକ ପଦରେ ବିଜୟୀ

୭. ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ, ଜୁନାଗଡ଼: ବିସିଜେଡି ୪ଟି ପଦରେ ବିଜୟୀ

୮. କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ଭଞ୍ଜନଗର: ଏବିଭିପିର ବିଜୟ ଲାଭ

୯. ପାରାଦୀପ କଲେଜ: ବିସିଜେଡିର ବିଜୟ

 

ମୋଟ ୩୫୯ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ନିର୍ବାଚନରେ ୬,୮୯୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧,୩୯୮ ଜଣ ୧୫୩ଟି କଲେଜରେ ବିଜୟୀ ଘୋଷିତ ହୋଇଥିବା ବେଳେ ଏଥିରୁ ୭୫୬ ଜଣ ନିର୍ଦ୍ୱନ୍ଦ୍ୱରେ ଓ ୬୪୨ ଜଣ ପ୍ରତିଦ୍ୱନ୍ଦ୍ୱିତାରେ ଜିତିଛନ୍ତି। ଆଜି ଶପଥ ଗ୍ରହଣ ନବନିର୍ବାଚିତ ଛାତ୍ରନେତା।