୨୬ରେ ବାତ୍ୟା ସମ୍ଭାବନା

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର, ୨୩/୧୦: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଆଜି ସକାଳ ୫ଟା ୩୦ ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପୂର୍ବ-କେନ୍ଦ୍ରୀୟ ଏବଂ ସଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ୨୪ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ରହିଛି।

ବାତ୍ୟା ସୃଷ୍ଟି ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଆହୁରି ଶକ୍ତିଶାଳୀ ସମ୍ଭାବନା। ଉତ୍ତର ଆନ୍ଧ୍ର ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେବ ବାତ୍ୟା। ୨୬ ବେଳକୁ ବାତ୍ୟା ହେବାର ସମ୍ଭାବନା ରହିଛି। ତେବେ ଏହି ବାତ୍ୟା କେଉଁଠି ଓ କେବେ ଲ୍ୟାଣ୍ଡଫଲ କରିବ, ତାହା ଅସ୍ପଷ୍ଟ ରହିଛି।