ପୁଣି ବାଲିଅନ୍ତାରେ ବର୍ବରତା: ଯୁବକଙ୍କୁ ପିଟିପିଟି ମାରିଦେଲେ

ପୋଲିସ୍ ର ଛାନଭିନ ଜାରି

ଭୁବନେଶ୍ୱର, ୨୩/୧୦: ପୁଣି ସେହି ବାଲିଅନ୍ତା। ପୁଣି ମର୍ଡ଼ର। ସୀମା ଟପିଲା ବର୍ବରତା। ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ପାଟଣା ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ବାଲିଅନ୍ତା ଥାନା ପାଟଣା ଗାଁର ରିଙ୍କୁ ମାର୍ଥା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ସ୍ଥାନୀୟ ଲୋକ ତାଙ୍କୁ ମାଡ଼ ମାରିଥିବା ସୂଚନା ମିଳିଛି। ଏଥିରେ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ବାଲିଅନ୍ତା ଥାନା ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁସାରେ, ପାଟଣା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ବିବାଦ ଉପୁଜିଥିଲା। ସାମାନ୍ୟ ବଚକ୍ଷାରୁ ଗତ ୨୦ ତାରିଖ ଅପରାହ୍ନରେ ରିଙ୍କୁଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ ୨ ଭାଇ। ଆକ୍ରମଣରେ ତାଙ୍କ ଛାତିରେ ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା। ହେଲେ ହସ୍ପିଟାଲ୍‌ରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ମହେଶ କୁମାର ରାୟ ବାହାଦୁରକୁ ଗିରଫ କରିଛି ପୋଲିସ। ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ବାଲିଅନ୍ତା ପୋଲିସ।