ଦାୟିତ୍ବରେ ଅବହେଳା ପାଇଁ ଏସଆଇ ସସପେଣ୍ଡ

ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି

ଜଳେଶ୍ୱର, ୨୩/୧୦: ନାବାଳିକା ହତ୍ୟା ମାମଲାରେ ନାମ୍ପ ଫାଣ୍ଡି ଏସଆଇଙ୍କୁ ନିଲମ୍ବନ କରାଯାଇଛି। ସେହିପରି ଜଳେଶ୍ବର ଥାନା ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି।ଦାୟିତ୍ବରେ ଅବହେଳା ପାଇଁ ଏସଆଇ କରଣ ମାରାଣ୍ଡିଙ୍କ ବିରୋଧରେ ଏହି କଡ଼ା ଆକ୍ସନ ନିଆଯାଇଛି। ନିଲମ୍ବନ କରାଯାଇଥିବା ନେଇ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ସୂଚନା ଦେଇଛନ୍ତି।

୫ ଦିନ ଧରି ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ଗତକାଲି ଜଙ୍ଗଲରୁ ମିଳିଥିଲା। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପରିବାର ଲୋକ ଜଣେ ଯୁବକଙ୍କ ନାଁରେ ଅଭିଯୋଗ କରିଥିଲେ ମଧ୍ୟ ଏଫଆଇଆର ରଖି ନଥିଲା ପୋଲିସ। ଯାହା ପରେ ଏସଆଇଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।