ସମ୍ଭାବ୍ୟ ବାତ୍ୟା ପାଇଁ ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲା ଦାୟିତ୍ବ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଜିଲ୍ଲା ଦାୟିତ୍ୱ
ଭୁବନେଶ୍ୱର, ୨୫/୧୦: ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ପାଇଁ ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲା ଦାୟିତ୍ବ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁଇ ଜିଲ୍ଲାରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ମିଳିଛି। କୋରାପୁଟ ଦାୟିତ୍ବରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାୟଗଡ଼ା ଦାୟିତ୍ବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରହିବେ।
ସେହିପରି କନ୍ଧମାଳ ପାଇଁ ରବି ନାଏକ, ଗଞ୍ଜାମ ପାଇଁ ବିଭୂତି ଜେନା, ନବରଙ୍ଗପୁର ପାଇଁ କୃଷ୍ଣଚନ୍ଦ୍ର ପାତ୍ର, ମାଲକାନଗିରି ପାଇଁ ନିତ୍ୟାନନ୍ଦ ଗଣ୍ଡ, କଳାହାଣ୍ଡି ପାଇଁ ମୁକେଶ ମହାଲିଙ୍ଗ ଓ ଗଜପତି ପାଇଁ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।