ଭୁବନେଶ୍ୱର, ୨୭/୧୦: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ପୋମା ଟୁଡୁଙ୍କୁ କୃଷି ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ମିଳିଛି। ଏଥିସହ ପୋମା ଟୁଡୁଙ୍କୁ କାଜୁ ଉନ୍ନୟନ ନିଗମ ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ନ୍ୟସ୍ତ କରାଯାଇଛି।
ସଂଗ୍ରାମ କେଶରୀ ମହାପାତ୍ର ହେଲେ ଉତ୍ତରାଞ୍ଚଳ ରେଞ୍ଜ୍ ଆରଡିସି। ସେ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।
ସେହିପରି ଶୁଭମ ସାକ୍ସେନାଙ୍କୁ ବିଡିଏ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି। ଗାଭାଲି ପରାଗ ହର୍ଷଦଙ୍କୁ ଏନଏଚଏମ ଏମଡି ଦାୟିତ୍ବ। ବିଜୟ ଅମୃତ କୁଲାଙ୍ଗେଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ୍ ଆରଡିସି ଭାବେ ନିଯୁକ୍ତ କରାଯାଇଛି।
ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରକ୍ତ ଦାୟିତ୍ବ ମିଳିଥିବା ବେଳେ ପ୍ରଣତି ଛୋଟରାୟଙ୍କୁ ଓମ୍ଫେଡ୍ ଏମଡି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଶୁବ୍ର କୁମାର ପଣ୍ଡାଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।
