ସ୍ଥଳଭାଗ ଅତିକ୍ରମ କଲା ଅତିଭୀଷଣ ବାତ୍ୟା ଅର୍ଣ୍ଣବ

ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଛତିଶଗଡ଼ ଯିବ

ଭୁବନେଶ୍ୱର, ୨୮/୧୦: ସ୍ଥଳଭାଗ ଅତିକ୍ରମ କଲା ଅତିଭୀଷଣ ବାତ୍ୟା ଅର୍ଣ୍ଣବ। ଦୀର୍ଘ ୬ ଘଣ୍ଟା ୩୦ ମିନିଟର ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ କଲା ଅତି ଭୀଷଣ ବାତ୍ୟା। ରାତି ୨ରୁ ସକାଳ ସାଢ଼େ ୮ଟା ଯାଏଁ ସଂଘର୍ଷ ପରେ ଉପକୂଳ ଅତିକ୍ରମ କରି ଦୁର୍ବଳ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହୋଇଛି।

ଏହା ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଛତିଶଗଡ଼ ଯିବ।ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ମାଲକାନଗିରି ପାଖାପାଖି ଆସିବା ବେଳକୁ ଆହୁରି ଦୁର୍ବଳ ହେବ ବୋଲି କହିଛନ୍ତି।