ଭବିଷ୍ୟତ ପାଇଁ ମୁଁ ଚିନ୍ତିତ, ପ୍ରତ୍ୟେକ ଭାରତୀୟ ଦେଶ ପାଇଁ ପାଞ୍ଚ ମିନିଟ ଚିନ୍ତା କରନ୍ତୁ, ଦେଶ ବଦଳି ଯିବ: ବାବା ବଳିଆ

ଜାଗ ଓ ଦେଶ ପାଇଁ ଭାବ : ବାବା ବଳିଆ

ଭୁବନେଶ୍ୱର, ୩୧/୧୦: ଓଡିଶାର ଅଧ୍ୟାତ୍ମ ଜଗତରେ ଜଣେ ପ୍ରତିଷ୍ଠିତ ନାମ ଶ୍ରୀମଦ୍ ବାବା ବଳିଆ । ନିଜର ସାଧନା ତଥା ସେବା ବଳରେ ଜନମାନସରେ ଜଣେ ସମାଜର ସୁଚିନ୍ତକ ଓ ସଂସ୍କାରକ ଭାବେ ସେ ସୁପରିଚିତ । ଗଣତନ୍ତ୍ରର ସୁରକ୍ଷା ପାଇଁ ତାଙ୍କର ଦୀର୍ଘ ୫୦ ବର୍ଷର ଯାତ୍ରା ତାଙ୍କୁ ସାରା ଭାରତବର୍ଷରେ ଜଣେ ଦେଶପ୍ରେମୀ ଭାବରେ ଆଦୃତ କରାଇଛି । ସାପ କାମୁଡିଲେ ଯେତେବେଳେ ଅନ୍ୟମାନେ ଶିବ ମନ୍ଦିରକୁ ନେଇ ଯିବାର କଥା କୁହନ୍ତି ସେତିକି ବେଳେ ସେ କୁହନ୍ତି, ତୁରନ୍ତ ରୋଗୀକୁ ଡାକ୍ତରଖାନା ନେଇଯାଅ । ପ୍ରକୃତି ବନ୍ଧୁ ଭାବେ ଜୀବନକାଳ ମଧ୍ୟରେ ଅନ୍ୟୁନ ଲକ୍ଷାଧିକ ବୃକ୍ଷ ରୋପଣ କରି ଜନସାଧାରଣଙ୍କର ଶ୍ରଦ୍ଧା ଓ ସମ୍ମାନର ପାତ୍ର ହେବା ସହ ରାଜ୍ୟ ପ୍ରଶାସନ ଦ୍ୱାରା ସେ ପ୍ରଶଂସିତ ହୋଇଛନ୍ତି । ସମାଜରେ ପତିହରା ବିଧବା ମା’ ମାନଙ୍କୁ ଯେତେବେଳେ ଶୁଭ କାର୍ଯ୍ୟରେ ବାରଣ କରାଯାଏ, ସେତିକିବେଳେ ସେ ସମାଜକୁ ଆହ୍ୱାନ ଦିଅନ୍ତି, ସମସ୍ତ ଶୁଭ କାର୍ଯ୍ୟ କରିବାର ଅଧିକାର ସେମାନଙ୍କର ଅଛି । ଭାରତ ବର୍ଷର ଗଣତନ୍ତ୍ରରେ ଯେତେବେଳେ ର୍କବ୍ୟ ବିମୁଖତା ଦେଖାଦିଏ ସେତେବେଳେ ସେ ମାସାଧିକ କାଳ ଗଣତନ୍ତ୍ର ସଚେତନତା ଯାତ୍ରା କରି ଦୁର୍ନୀତି ବିରୋଧରେ ସଂଗ୍ରାମ ପାଇଁ ଦେଶବାସୀ ବିଶେଷକରି ଯୁବ ସମାଜକୁ ଆହ୍ୱାନ ଦିଅନ୍ତୁ । ଦେଶ ପାଇଁ ଚିନ୍ତା କରିବାକୁ ହେବ, ଏହା ତାଙ୍କର ଆଜି ପାଇଁ ଆହ୍ୱାନ ।

ଯେଉଁ ମାଟିର ପାଣି, ପବନ, ଫସଲରେ ଜୀବନ; ଯେଉଁ ବ୍ୟବସ୍ଥା ସୁରକ୍ଷା ଓ ନିରାପା ଯୋଗାଉଥିବା ଯୋଗୁ ଆମେ ନିରାପଦ-ଆମେ ଯଦି ସେଥିପ୍ରତି ଚିନ୍ତା ନକରୁ ତେବେ ଆମେ ସେ ମାଟିର ସନ୍ତାନ ବା ଦେଶର ନାଗରିକ କେମିତି ଦାବୀ କରିବା? ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ଆଜି ମନୁଷ୍ୟକୃତ ବିପର୍ଯ୍ୟୟ କିଛି କମ୍ ନାହିଁ, ପରିବେଶ ପ୍ରଦୂଷଣ ଠୁ ମାନସିକ ପ୍ରଦୂଷଣ ମଧ୍ୟ ଆଜି ଯଥେଷ୍ଟ ବେଶୀ । ଜୀବନଯାପନର ଧାରା ଯଦି ବିଳାସତା ଓ ଅତ୍ୟଧିକ ପ୍ରାଚୁର୍ଯ୍ୟତାରେ ଭରିଯାଏ ତେବେ ପ୍ରାକୃତିକ ଭାରସାମ୍ୟତା ବିଗଡି ଯିବାଟା କିଛି ବିଚିତ୍ରତା ନୁହଁ । ସବୁ କଥାରେ ଏକୁ ଆରେକ ଦୋଷ ଫିଙ୍ଗାଫିଙ୍ଗି ହୋଇ ବସିଗଲେ ଚଳିବନି, କେତେକ କଥାରେ ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା ହେବାକୁ ହେବ । ପରିବାର ପାଇଁ, ପିଲାପିଲିଙ୍କ ପାଇଁ ଯେମିତି ଆମେ ଚିନ୍ତା କରୁଛେ, ଦେଶ ପାଇଁ ସେମିତି ଭାବିବାକୁ ହେବ; ନଚେତ ଏଡେ ସୁନ୍ଦର ବିଶ୍ୱଟା ଆମରି ଆଖି ଆଗରେ ଅଚିରେ ଧ୍ୱଂସ ପାଇଯିବ । ବଳିଆ ଜଣେ ସାଧାରଣ ମଣିଷ, ଦେଶ ପାଇଁ କିଛି ଚିନ୍ତା କରିଛି, ଭାବିଛି, ଆପଣ ମାନଙ୍କ ପାଖରେ ବ୍ୟକ୍ତ କରୁଛି-ବିଚାର ଆପଣମାନେ କରିବେ । ଏଇଭଳି ଚିନ୍ତାଧାରାର ଜଣେ ସଂସ୍କାରବାଦୀ, ସର୍ବଧର୍ମ ସମନ୍ୱୟୀ ମହାପୁରୁଷ ଆଜି ଦେଶ ତଥା ଉର ପିଢ଼ିର ଭବିଷ୍ୟତ ପାଇଁ ଚିନ୍ତିତ । ତାଙ୍କର ନିବେଦନ ହେ ଭାରତ ବର୍ଷର ନାଗରିକଗଣ! ନିଜ ପାଇଁ ୨୪ ଘାରୁ ଯେତିକି ସମୟ ଦେଉଛ ତତ୍‌ସହିତ ଦେଶ ପାଇଁ ମାତ୍ର ପା ମିନିଟ ଚିନ୍ତା କଲେ ଦେଶର ଭାଗ୍ୟ ଓ ଭବିଷ୍ୟତ ବଦଳିଯିବ । ଦୀର୍ଘ ଦିନ ଧରି ବାବାଙ୍କ ମନକୁ ଆନ୍ଦୋଳିତ କରୁଥିବା କେତେକ ବିଷୟକୁ ସେ ଆଜିର ସାମ୍ବାଦିକ ସମ୍ମିଳନୀରେ ଦେଶ ଆଗରେ ରଖିଛନ୍ତି । ଗଣତନ୍ତ୍ରରେ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ହେଲେ ହିଁ ତା ମଧ୍ୟରୁ ନିର୍ଯ୍ୟାସ ବାହାରିବ । ଆଜି ଶ୍ରୀମଦ୍ ବାବା ତାଙ୍କ ମନ ଭିତରେ ଦେଶ ଓ ସମାଜର ପରିର୍ବନ ପାଇଁ ଅନେକ ପ୍ରସଙ୍ଗରେ ନିଜର ମତ ଓ ମନ୍ତବ୍ୟ ରଖିଛନ୍ତି ।

୧. ସ୍ୱାଧୀନତା ଦିବସକୁ ‘ସ୍ୱାଧୀକାର ଦିବସ’ ଭାବେ ପାଳନ କରାଯାଉ, ୨. ବିରୋଧୀ ଦଳକୁ ‘ପ୍ରସ୍ତାବକ ଦଳ’ ଭାବେ ଉପସ୍ଥାପନ କରାଯାଉ, ୩. ଗୋ-ମାତାଙ୍କୁ “ଜାତୀୟ ପଶୁ’ର ମାନ୍ୟତା ପ୍ରଦାନ କରାଯାଉ, ୪. ଆଗକୁ ପୂର୍ଣ୍ଣ ପ୍ରଳୟ କଥାଟି ଅବାସ୍ତବ ମନେ ହେଉଥିଲେ ବି ଖଣ୍ଡ ପ୍ରଳୟ ହେବା ସୁନିଶ୍ଚିତ । ଏହା ବହୁ ଆଗରୁ ସମାଜକୁ ବଳିଆ ଜଣାଇଛି । ପ୍ରଳୟ ନାଆଁରେ ଭବିଷ୍ୟ ବକ୍ତାମାନଙ୍କ ହୋ-ହାଲ୍ଲାକୁ ଗଣମାଧ୍ୟମରେ ଅତ୍ୟଧିକ ପ୍ରଚାର କରି ସର୍ବସାଧାରଣରେ ଆତଙ୍କ ସୃଷ୍ଟି କରାନଯାଉ । ଯେଉଁମାନେ ପ୍ରଳୟ ଆସିବ ବୋଲି କହୁଛନ୍ତି, ସେମାନଙ୍କୁ ଏହାର ପ୍ରତିକାର ମଗାଯାଉ, ୫. ବୈଦ୍ୟୁତିକ ଗଣମାଧ୍ୟମ ବା ଦୂରଦର୍ଶନ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତ ମାତାର ବନ୍ଦନା ସହ ଜାତୀୟ ସଙ୍ଗୀତ ପ୍ରତ୍ୟହ ରହୁ, ୬. ମଦ୍ରାସା, ମିଶନ୍ ସ୍କୁଲ, ମହାପୁରୁଷ ମାନଙ୍କ ନାମରେ ନାମିତ ଶିକ୍ଷାନୁଷ୍ଠାନ ତଥା ସମସ୍ତ ବିଦ୍ୟାଳୟର ପ୍ରାର୍ଥନା ସଭା ଜାତୀୟ ସଙ୍ଗୀତରୁ ଆରମ୍ଭ ହେଉ ଏବଂ ଏଥିରେ ଦେଶପ୍ରେମର ର୍ବାା ରହୁ, ୭. ଭିଡ଼ ହେଉଥିବା ଧର୍ମାନୁଷ୍ଠାନ ମାନଙ୍କ ନିକଟରେ ଶୌଚାଳୟର ବ୍ୟବସ୍ଥା କରିବା ସହ ତାହାର ସଫେଇ ପାଇଁ କର୍ମଚାରୀ ନିଯୁକ୍ତି କରାଯାଉ, ୮. ଧର୍ମପୀଠ ଗଢ଼ିବାରେ କଟକଣା ରହୁ, ପୀଠ ଗଢ଼ିବାର ଆଭିମୁଖ୍ୟ ସ୍ପଷ୍ଟ କରାଯାଉ ଏବଂ ଉପଯୁକ୍ତ ସରକାରୀ ଅନୁସନ୍ଧାନ ପରେ ଅନୁମତି ଦିଆଯାଉ, ୯. ଗୃହପାଳିତ ପଶୁମାନଙ୍କର ସୁରକ୍ଷା ପାଇଁ ଅତି ଶୀଘ୍ର ପଦକ୍ଷେପ ନିଆଯାଉ, ୧୦. ରାସ୍ତା ବା ଶିଳ୍ପ ନିର୍ମାଣରେ ଯେତିକି ଗଛ କଟା ଯାଉଛି ତାହାର ୧୦ ଗୁଣରୁ ଅଧିକ ଗଛ ଲଗାଯାଇ, ସେମାନଙ୍କର ôବ ରହିବାର ବ୍ୟବସ୍ଥା କରାଯାଉ । ତା’ ନହେଲେ ଶିଳ୍ପ କିମ୍ବା ରାସ୍ତା ନିର୍ମାଣ ଅନୁମତି ନମିଳୁ, ୧୧. ହମ୍ପସ୍ ନିର୍ମାଣରେ ସ୍ୱତନ୍ତ୍ର ଆଇନ ଓ କଟକଣା ରହୁ, ୧୨. ନିଶାଡ଼ି ଚାଳକଙ୍କ ଯୋଗୁଁ ସାଧାରଣ ଜୀବନ ବିପର୍ଯ୍ୟସ୍ତ, ଏହାର ନିରାକରଣ ପାଇଁ ନିୟମ ଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉ । ଏଥିପ୍ରତି ଦୃଷ୍ଟି ଦେବା ପାଇଁ ବାବା ବିନମ୍ର ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଅନନ୍ତ ବଳିଆ ଟ୍ରଷ୍ଟର ଟ୍ରଷ୍ଟି ବାବା ପ୍ରଣବାନନ୍ଦ ଦାସ, ଶିଶୁ ଅନନ୍ତ ଆଶ୍ରମର ବାବା ପରମାତ୍ମା ଦାସ, ବାବା ରାଧେଶ୍ୟାମ ଦାସ ଓ ବାବା ଶ୍ରୀବାସ ଦାସ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିକ୍ରମ ପରିଜା, ମନୋଜ ମହାପାତ୍ର, ସମୀକ୍ଷା ମିଶ୍ର, ଦୀପକ ମହାପାତ୍ର, ଅରବିନ୍ଦ ତ୍ରିପାଠୀ, ପ୍ରମୋଦ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅନନ୍ତ ବଳିଆ ବୈଦିକ ବିଦ୍ୟାପୀଠ ବ୍ରହ୍ମଚାରୀମାନେ ବେଦପାଠ କରିଥିଲେ ।