ତ୍ରିନାଥ ସାଂସ୍କୃତିକ ପରିଷଦ ଦ୍ବାରା ଡକ୍ଟର ତିରୁପତି ପାଣିଗ୍ରାହୀ ସମ୍ବର୍ଦ୍ଧିତ

ସୁନ୍ଦରପଦା ତଳସାହିରେ ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲି ଦେଖିଲେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟରର ତିରୁପତି ପାଣିଗ୍ରାହୀ

ଭୁବନେଶ୍ବର, ୩୧/୧୦: ସୁନ୍ଦରପଦା ତଳସାହିରେ ଆୟୋଜିତ ମାଆ ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲେ ଦେଖିଲେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟରର ତିରୁପତି ପାଣିଗ୍ରାହୀ । ତ୍ରିନାଥ ସାଂସ୍କୃତିକ ପରିଷଦ ଦ୍ବାରା ପ୍ରତିବର୍ଷ ଆୟୋଜିତ ଏହି ପୂଜାମହୋତ୍ସବ ଚଳିତ ବର୍ଷ ୧୧ ଦିନ ଧରି ପାଳିତ ହୋଇଛି । ମାଆଙ୍କ ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। ପୂଜାମଣ୍ଡପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ପାଣିଗ୍ରାହୀ ଯୁବଗୋଷ୍ଠୀଙ୍କ ଏହି ପ୍ରୟାସକୁ ଭୂୟଶୀ ପ୍ରଶଂସା କରିଥିଲେ, ଯୁବକମାନେ ଆଧ୍ୟାତ୍ମିକମାର୍ଗରେ ପରିଚାଳିତ ହେବା ସହ ସମାଜସେବା କଲେ ଅଞ୍ଚଳର ବିକାଶ ହୋଇପାରିବ ଯାହାକି ଆସନ୍ତାଦିନରେ ପ୍ରଗତିର ମାର୍ଗ ପ୍ରସସ୍ଥରେ ସହାୟକ ହେବ ବୋଲି ସେ କହିଥିଲେ I ସେହିପରି ଏ ଅଞ୍ଚଳର ଗରିବ ରୋଗୀମାନଙ୍କୁ ହାଇଟେକ୍ ମେଡିକାଲ୍ ସର୍ବାଧୂକ ପ୍ରାଧାନ୍ୟଦେଇ ଚିକିତ୍ସା କରିବା ସହ ଅସହାୟ ରୋଗୀଙ୍କ ଚିକିତ୍ସା କଥା ସେ ନିଜେ ବୁଝିବେ ବୋଲି କହିଥିଲେ । ଅଞ୍ଚଳର ୨ଜଣ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ନିଷୁଳ୍କ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରିବା ଦାୟୀତ୍ବ ସେ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ତ୍ରିନାଥ ସାଂସ୍କୃତିକ ପରିଷଦର ସଭାପତି ପ୍ରିୟବ୍ରତ ସ୍ପାଇଁ. ଉପସଭାପତି ପ୍ରତାପ ଜେନା, ସଂପାଦକ ଭଜେନ୍ଦ୍ର ଜେନା,କୋଷାଧ୍ୟକ୍ଷ ଜଗନ ସାହୁ, ଡି ପାଣିଗ୍ରାହୀଙ୍କୁ ଉପଢୌକନ ଓ ମାଆଙ୍କ ଫଟୋଚିତ୍ର ଦେଇ ସମ୍ଭର୍ଷିତ କରିଥିଲେ ।