ଦିଗପହଣ୍ଡି, ୩୧/୧୦: ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ଶନିବାର ଦିନ ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ଯା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମକୁ ପରିଭ୍ରମଣ କରିଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ସେ ବନ୍ୟାରେ ପ୍ରଭାବିତ ହୋଇଥିବା ପରିବାରକୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ଏବଂ ବନ୍ୟା ବିଭୀଷିକା ଅଞ୍ଚଳର ଅନୁଧ୍ୟାନ କରି ଫେରିଛନ୍ତି । ସାଂସଦ ଶ୍ରୀ ପାଣିଗ୍ରାହୀ ପ୍ରଥମେ କଇଠଡା ପଞ୍ଚାୟତ ଅନ୍ତର୍ଗତ ଗୁହାଳାପୁର ଗ୍ରାମର ହରିଜନ ସାହି , ଗୁଣ୍ଠପଡା ଗ୍ରାମ ନିକଟ ବ୍ରିଜ୍ ଏବଂ କଲ୍ୟାଣପୁର ଗ୍ରାମକୁ ଯାଇ ବନ୍ୟା ପୀଡିତାଙ୍କୁ ଭେଟିଥିଲେ । ଏହାପରେ ବମକୋଇ ପଞ୍ଚାୟତର ମଦନମୋହନପୁର , ଦେଖାଳି , ଜକର ପଞ୍ଚାୟତର ଚୈତନ୍ୟପ୍ରସାଦ , ଜକର ଓ ତେଣ୍ଟୁଆପଡା , ଗଡଗୋବିନ୍ଦପୁର ପଞ୍ଚାୟତର ଧାନ୍ୟରାଶି , ଗଡଗୋବିନ୍ଦପୁର , କଳିଙ୍ଗଦୋଳା , ଡାବରା ସିଂ , ଚୌଧୁରୀ ଟିକରପଡା , ଖମାରୀ ଗାଁ ପଞ୍ଚାୟତର ଗୋଲୁଣ୍ଡା , କଇଠଖଣ୍ଡି ପଞ୍ଚାୟତ , ଫାସିଗୁଡା ପଞ୍ଚାୟତର ଜଲମରପଲ୍ଲୀ ଗ୍ରାମରେ ପହଞ୍ଚି ବନ୍ୟା ପ୍ରବଣ ଅଞ୍ଚଳର ଅନୁଧ୍ୟାନ କରିବା ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ସାଂସଦଙ୍କ ଗସ୍ତ ସମୟରେ ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ସାଂସଦଙ୍କ ବ୍ଳକ ପ୍ରତିନିଧି ହରିବନ୍ଧୁ ରେଡ୍ଡୀ , ଦିଗପହଣ୍ଡି ନଗର ବିଜେପି ସଭାପତି ଭବାନୀ ଶଙ୍କର ପଣ୍ଡା , ବିଜେପି ରାଜ୍ଯ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ , କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ , ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ୟା , ଯୁବ ନେତା ମହେଶ ପ୍ରଧାନ , ସମିତି ସଭ୍ୟ ପଙ୍କଜ ସାହୁ , ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼ , ରାଜକିଶୋର ମହାନ୍ତି , ବିକ୍ରମ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ।