ଦିଗପହଣ୍ଡିରେ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ
ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
ଦିଗପହଣ୍ଡି, ,୩୧/୧୦: ଶନିବାର ଦିନ ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ତିରୋଧାନ ଦିବସ ତଥା ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିବା ଜଣାପଡିଛି । ନଗର କଂଗ୍ରେସ କମିଟି ସଭାପତି ତଥା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦ ନଂ ୱାର୍ଡର କାଉନସିଲର ଦୀପକ କୁମାର ମିଶ୍ରଙ୍କ ସଂଯୋଜନାରେ ଦଳୀୟ କର୍ମୀମାନେ ଦିଗପହଣ୍ଡି ବ୍ଳକ କାର୍ଯ୍ଯାଳୟ ପରିସରରେ ରହିଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ସମୟରେ ଦଳୀୟ କର୍ମୀମାନେ ୧୯୧୭ ମସିହା ନଭେମ୍ବର ୧୯ ରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିବା ବେଳେ ୧୯୬୬ ରେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶାସନ ଭାର ଗ୍ରହଣ କରିଥିଲେ । ଏପରିକି ସେ ୧୯୬୬ ରୁ ୧୯୭୭ ଏବଂ ୧୯୮୦ ରୁ ୧୯୮୪ ମଧ୍ୟରେ ପ୍ରଧାନମନ୍ତ୍ରୀ ଭାବେ ଦେଶର ଶାସନ ଭାର ଗ୍ରହଣ କରିଥିଲେ । ତାଙ୍କ ଶାସନକାଳରେ ୧୯୭୧ ଭାରତ – ପାକିସ୍ତାନ ଯୁଦ୍ଧ, ବାଂଲାଦେଶର ସ୍ୱାଧୀନତା , ବ୍ୟାଙ୍କ ଜାତୀୟକରଣ , ସବୁଜ ବିପ୍ଳବ ଭଳି ଘଟଣା ଏବଂ ୧୯୮୪ ଅକ୍ଟୋବର ୩୧ ତାରିଖରେ ନିଜ ସୁରକ୍ଷାକର୍ମୀ ଦ୍ବାରା ଗୁଳି କରି ହତ୍ୟା କରାଯାଇଥିଲା ବୋଲି ମତପ୍ରକାଶ କରିଥିଲେ । ତେଣୁ ଏହି ଦିନକୁ ସମଗ୍ର ଦେଶରେ ତାଙ୍କ ଶ୍ରାଦ୍ଧବାର୍ଷିକୀ ଦିବସ ରୂପେ ପାଳନ କରି ଆସୁଛନ୍ତି ବୋଲି କହିଥିଲେ । ଏହି ସମୟରେ କାଉନସିଲର ସୁନୀଲ ପଣ୍ଡା , କାଉନସିଲର ପ୍ରତିନିଧି ଇ . ଶଙ୍କର , ରଞ୍ଜିତ କୁମାର ବେହେରା , ଶଙ୍କର ମହାରଣା , ଶିବ ପ୍ରଧାନ , ଧର୍ମେଶ ମହାନ୍ତି , ବୈକୁଣ୍ଠ ସ୍ବାଇଁ , ସ୍ବଚ୍ଛଳ କୁମାର ପାତ୍ର , ସିମାଞ୍ଚଳ ବେହେରା ଉପସ୍ଥିତ ରହିଥିଲେ ।