ଦଶପଲ୍ଲାରେ ଉଦ୍‌ଯାପିତ ହେଲା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

“ସମୃଦ୍ଧ ଭାଷା-ସମୃଦ୍ଧ ଓଡ଼ିଶା” ବାର୍ତ୍ତା ସହ ପ୍ରତିଭା ପ୍ରଦର୍ଶନ କଲେ ୧୩ଟି କ୍ଲଷ୍ଟରର ଛାତ୍ରଛାତ୍ରୀ

ଦଶପଲ୍ଲା, ୩୧/୧୦ (ଶ୍ରୀଧର ସାହୁ) : ଦଶପଲ୍ଲା ଏନଏସି ଅନ୍ତର୍ଗତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ଯରେ ଶନିବାର ଦିନ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ମହୋତ୍ସବର ଥିମ୍ ଥିଲା— ସମୃଦ୍ଧ ଭାଷା- ସମୃଦ୍ଧ ଓଡିଶା। ମଣ୍ଡଳ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଆୟୋଜିତ ଉଦଘାଟନି ଉତ୍ସବରେ ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ୟକ୍ଷା ଇଂ ପୁନମ୍ ପ୍ରିୟଦର୍ଶିନୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ମହାନ୍ତି, ଏବିଇଓ ରବିନ୍ଦ୍ର ନାଥ ବେହେରା ଓ ଗୋପବନ୍ଧୁ ଦେହୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସାଂସଦଙ୍କ ପ୍ରତିନିଧି ଭାବେ ଜ୍ଞାନ ରଞ୍ଜନ ସାହୁ ଏବିଇଓ ଶ୍ୟାମସୁନ୍ଦର ଜାନୀ, ପ୍ରଧାନଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୁଧିଷ୍ଠିର କହଁର ଉତ୍ସବକୁ ସଂଯୋଜନା କରିଥିଲେ | ସୂର୍ଯ୍ୟମଣୀ ମହାପାତ୍ର, ବିଘ୍ନେଶ୍ୱର ବେହେରା, କୁବେରମଣି ସାହୁ, ଲକ୍ଷ୍ମୀଧର ସାହୁ, ପରମାନନ୍ଦ ନାୟକ ଓ ଶ୍ରଦ୍ଧାଞ୍ଜଳି ମହାନ୍ତି ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ। ଏହି ଉତ୍ସବରେ ଦଶପଲ୍ଲା ବ୍ଲକ ଓ ଏନଏସି ଅନ୍ତର୍ଗତ ୧୩ଟି କ୍ଲଷ୍ଟରର ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ସୃଜନଶୀଳ ପ୍ରତିଭା ପ୍ରତିପାଦନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମନଭରି ଉପଭୋଗ କରିଥିଲେ | ସୁଚନା ଯୋଗ୍ଯ ଯେ, କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଅତିଥିମାନେ ଦିବଂଗତ ସହିଦ ଶିକ୍ଷୟିତ୍ରୀ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |