ବୈତରଣୀରେ ବୁଡ଼ି ୨ ତେଲେଙ୍ଗାନା ପର୍ଯ୍ୟଟକ ମୃତ

ଦୁଇ ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା

ଯାଜପୁର, ୧୨/୧୧: ବୈତରଣୀ ନଦୀରେ ବୁଡ଼ି ୨ ତେଲେଙ୍ଗାନା ପର୍ଯ୍ୟଟକଙ୍କ ମୃତ୍ୟୁ। ଯାଜପୁରର ପ୍ରସିଦ୍ଧ ବରାହନାଥ ମନ୍ଦିର ନିକଟରେ ବୈତରଣୀ ନଦୀରେ ବୁଡ଼ ପକାଉଥିବା ବେଳେ ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ତେଲେଙ୍ଗାନାରୁ ଆସିଥିବା ପର୍ଯ୍ୟଟକମାନେ ବରାହନାଥ ମନ୍ଦିର ନିକଟକୁ ଯାଇଥିଲେ। ସେଠାରେ ବୈତରଣୀ ନଦୀରେ ବୁଡ଼ ପକାଉଥିବା ସମୟରେ ଦୁଇ ଜଣ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ନଦୀରୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।