ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ

୭ କୋଟି ଟଙ୍କା ଦାବି

ନୂଆଦିଲ୍ଲୀ, ୧୨/୧୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନାଁ ନେଇ ଜଣେ ବ୍ୟକ୍ତି କେଜ୍ରିୱାଲଙ୍କୁ ୭ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି। ଟଙ୍କା ନ ଦେଲେ କେଜ୍ରିୱାଲ ଏବଂ ତାଙ୍କ ଝିଅ ହର୍ଷିତା କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଦିଲ୍ଲୀର ତିଲକ ନଗର ବିଧାୟକ ଜରନୈଲ ସିଂହଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା। ଏହା ସହିତ ତାଙ୍କ ହ୍ୱାଟ୍ସଆପ୍‌କୁ ମଧ୍ୟ ଧମକପୂର୍ଣ୍ଣ ବାର୍ତ୍ତା ପଠାଯାଇଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇଥିଲେ। କେଜ୍ରିୱାଲଙ୍କୁ ୭ କୋଟି ଟଙ୍କା ଦେବାକୁ କହିବା ସହ ଦାବି ପୂରଣ ନ ହେଲେ ତାଙ୍କ ଓ ତାଙ୍କ ଝିଅଙ୍କ ଜୀବନ ପ୍ରତି ବିପଦ ଥିବା ଧମକ ଦେଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସ ତଦନ୍ତ ଜାରି ରଖିଛି।