ବଢୁଛି ଆତ୍ମହତ୍ୟା ପ୍ରବଣତା

ଭୁବନେଶ୍ୱର: ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା ପୁରା ଓଡ଼ିଶାକୁ ସ୍ତବ୍ଧ କରି ଦେଇଛି। ଅନ୍ୟଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଲୋକଟା କେମିତି ଆତ୍ମହତ୍ୟା କଲା ଏ କଥା କାହାରିକୁ ବିଶ୍ଵାସ ହେଉନି। ଜୀବନକୁ ଛି କରି ରାଇମୋହନଙ୍କ ଏଭଳି ଚରମ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ରାଇମୋହନଙ୍କ ଭଳି ଏମିତି ପ୍ରତିଦିନ ଦେଶରେ ଆତ୍ମହତ୍ୟା ଘଟଣା ଘଟିବାର ନଜିର ରହିଛି । ଖାସକରି ଭାରତୀୟ ଯୁବ ବର୍ଗଙ୍କ କ୍ଷେତ୍ରରେ ଆତ୍ମହତ୍ୟା ଘଟଣା ଅଧିକ ଘଟୁଛି । ନିଜ ଜୀବନକୁ ଶେଷ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି ।

ଯୁବବର୍ଗ ମାନସିକ ଶାନ୍ତି ହରାଇ କ୍ରମଶଃ ଆତ୍ମହତ୍ୟା ପରି ଅନ୍ତିମ ନିଷ୍ପତ୍ତି ନେବାକୁ ପଛାଉ ନାହାନ୍ତି। ମାନସିକ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ଆତ୍ମହତ୍ୟା ମାନସିକ ଅବସାଦର ଶେଷ ପରିଣତି । ଆଜିର ଯୁବବର୍ଗ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସଫଳତାର ଶୀର୍ଷରେ ପହଞ୍ଚିଥିଲେ ମଧ୍ୟ ସେମାନଙ୍କ ଠାରେ ଆତ୍ମହତ୍ୟା ଘଟଣା ଏକ ସାଧାରଣ କଥା ହେଲାଣି। ତଥ୍ୟ କହୁଛି ଦେଶରେ ପ୍ରତ୍ୟେକ ବର୍ଷ ଏକ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ୨୦୧୯ ଅପେକ୍ଷା ୨୦୨୦ରେ ଅଧିକ ଲୋକ ଆତ୍ମହତ୍ୟା କରିଥଲେ।

ଯଦି ଦୈନିକ କଥା କହିବା ଭାରତରେ ପ୍ରତିଦିନ ପ୍ରାୟ ୪୧୯ ଜଣ ଲୋକ ଆତ୍ମହତ୍ୟା କରନ୍ତି। ଦେଶରେ ଆତ୍ମହତ୍ୟାର ହାର ୧୧.୩ ଶତାଂଶ ଥିବାବେଳେ ହତ୍ୟା ହାର ମାତ୍ର ୨.୨ ଶତାଂଶ ରହିଛି। ଅର୍ଥାତ ହତ୍ୟାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଆତ୍ମହତ୍ୟା ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟାଠାରୁ ଢେର୍‍ ଅଧିକ। ଭାରତରେ ମହାରାଷ୍ଟ୍ର (୧୩%), ତାମିଲନାଡୁ(୧୧%), ପଶ୍ଚିମବଙ୍ଗ(୯.୫%), ମଧ୍ୟପ୍ରଦେଶ(୮.୬%) ଓ କର୍ଣ୍ଣାଟକ(୮%) ରେ ଆତ୍ମହତ୍ୟା ହାର ଅଧିକ ରହିଛି। ଓଡ଼ିଶାରେ ଆତ୍ମହତ୍ୟା ହାର ୩.୬% ରହିଛି। ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୩୧୪୨ଟି ଆତ୍ମହତ୍ୟା ଘଟଣା ଘଟିଛି । ଖାସ କରି ଉତ୍ତର ଭାରତ ଅପେକ୍ଷା ଦକ୍ଷିଣ ଭାରତରେ ଆତ୍ମହତ୍ୟା ହାର ଅଧିକ ରହିଛି।