ଅଗ୍ନିବୀର ନିଯୁକ୍ତି: ୬ ଦିନରେ ମିଳିଲା ୨ ଲକ୍ଷରୁ ଅଧିକ ଆବେଦନ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ବାୟୁସେନାରେ ଅଗ୍ନିବୀର ଭାବେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ବିଜ୍ଞପ୍ତି ଜାରି ହେବାର ଛଅ ଦିନ ଭିତରେ ବାୟୁସେନାକୁ ଦୁଇ ଲକ୍ଷରୁ ଅଧିକ ଆବେଦନ ମିଳିଛି। ବୁଧବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାର ସୂଚନା ଦିଆଯାଇଛି। ପଞ୍ଜୀକରଣ ପ୍ରକ୍ରିୟା ଜୁନ ୨୪ରୁ ଆରମ୍ଭ ହୋଇଥିଲା।

ଯୋଜନାର ଘୋଷଣା ଜୁନ ୧୪ରେ କରାଯାଇଥିଲା। ଏକ ସପ୍ତାହ ପର୍ଯ୍ୟନ୍ତ ଯୋଜନାର ବିରୋଧରେ ଦେଶର ଅନେକ ରାଜ୍ୟରେ ହିଂସାତ୍ମକ ପ୍ରଦର୍ଶନ ହୋଇଥିଲା।

ବାୟୁସେନା ବୁଧବାର ଟୁଇଟ୍ କରି କହିଛି, ଏ ପର୍ଯ୍ୟନ୍ତ ପଞ୍ଜୀକରଣ ଓ୍ଵେବସାଇଟ୍‌ରେ ୨,୦୧,୦୦୦ରୁ ଅଧିକ ଆଶାୟୀ ଅଗ୍ନିବୀର ବାୟୁ ପାଇଁ ଆବେଦନ କରିଛନ୍ତି। ପଞ୍ଜୀକରଣର ଶେଷ ତାରିଖ ହେଉଛି ଜୁଲାଇ ୫ ତାରିଖ।