କଂଗ୍ରେସ ଦଳ ପକ୍ଷରୁ ନେହେରୁ ଜୟନ୍ତୀ ପାଳିତ

ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ସ୍ମୃତିଚାରଣ କଲେ ଅତିଥି

କଲ୍ୟାଣସିଂହପୁର, ୧୪/୧୧(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର କଂଗ୍ରେସ ଦଳ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟଠାରେ ଆଡମ୍ବର ସହକାରେ ନେହେରୁ ଜୟନ୍ତୀ ପାଳନ କରାଯାଇଛି।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଆଧୁନିକ ଭାରତର ନିର୍ମାତା ତଥା ଶିଶୁମାନଙ୍କ ପ୍ରିୟ ଚାଚା ନେହେରୁ ଭାବେ ପରିଚିତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୭ତମ ଜୟନ୍ତୀ ଓ ଶିଶୁ ଦିବସ ଅବସରରେ କଲ୍ୟାଣସିଂହପୁର କଂଗ୍ରେସ ଭବନଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ପାଳନ କରାଯାଇଛି।

ଏହି ଅବସରରେ କଂଗ୍ରେସ ଭବନ ପରିସରରେ ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଜଣାଯାଇଥିଲା। ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ତାଙ୍କ ଜୀବନୀ, ସ୍ୱାଧୀନତା ସଂଗ୍ରାମରେ ଅବଦାନ ଏବଂ ଦେଶ ଗଠନରେ ତାଙ୍କ ଦୂରଦର୍ଶୀ ଚିନ୍ତାଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନୀଳମାଧଵ ହିକକା ଯୋଗ ଦେଇ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ତାଙ୍କ ସ୍ମୃତିଚାରଣ କରିଥିଲେ। ଏଥିରେ ବ୍ଲକ ସଭାପତି ସି ହେଚ ନାଗେଶ୍ୱର ରାଓ,ସରପଞ୍ଚ ଗୌତମ ବାର୍ଲି, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବିଧାୟକ ପ୍ରତିନିଧି ବାଲାରାଓ  ବିଡ଼ିକା,  ପ୍ରଶାନ୍ତ ନନ୍ଦ କୌଶଲ୍ୟା,ଆପୁଲୁ ସ୍ୱାମୀ କୌଶଲ୍ୟା, ଜୟ ଶଙ୍କର କୌଶଲ୍ୟା, ଗୁଡୁଲ୍ଲା ପ୍ରସାଦ ରାଓ, ସମେତ ଦଳୀୟ କର୍ମୀ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ। ବିଦ୍ୟାଳୟ ମାନଙ୍କରେ ମଧ୍ୟ ଶିଶୁ ଦିବସ ପାଳନ କରାଯାଇଛି।