କଲ୍ୟାଣସିଂହପୁର, ୧୫/୧୧(ନିପ୍ର):- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ବ୍ଲକ ସ୍ତରୀୟ ମଧୁବାବୁ ଭତ୍ତା ବଣ୍ଟନ କରାଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ବିଷମକଟକ ନିର୍ବାଚନ ମଣ୍ଡଳୀ ବିଧାୟକ ନୀଳମାଧଵ ହିକକା, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା,ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା ମଞ୍ଚାସିନ ରହିଥିଲେ। ବ୍ଲକରେ ମଧୁବାବୁ ପେନସନ ପାଇଁ ୪୭୬ ଜଣ ବିଧବା, ବିକଳାଙ୍ଗ ଓ ବୃଦ୍ଧବୃଦ୍ଧା ଆବେଦନ କରିଥିଲେ। ବ୍ଲକର ୧୪ଟି ପଞ୍ଚାୟତର ସମସ୍ତଙ୍କୁ ଭତ୍ତା ଆସିଥିବା ବେଳେ ବର୍ତ୍ତମାନ ଅତିଥିଙ୍କ ଦ୍ୱାରା ବୁଡ଼ାଗୁଡା-୧୯, ଧାମୁଣିପଙ୍ଗା – ୯, କଲ୍ୟାଣସିଂହପୁର – ୨୩, କନ୍ଧଖାତିପଡ଼ୁ – ୧୭, କରପା – ୬, ମାଝୀଗୁଡା – ୧୧, ନାରାୟଣପୁର – ୨୪, ପାର୍ସାଳୀ- ୫, ପୋଲମା – ୧୭, ପୂଜାରୀଗୁଡା -୨୧, ସେରିଗୁମା – ୬, ସିକରପାଇ -୨୭, ସିଙ୍ଗାରୀ – ୧୪, ସୁନାଖଣ୍ଡି – ୨୩ ମୋଟ ୨୨୨ଜଣଙ୍କୁ ବଣ୍ଟନ କରାଯାଇଛି। ବଳକା ୨୫୪ ଜଣ ହିତାଧିକାରୀଙ୍କୁ ନିଜ ନିଜ ପଞ୍ଚାୟତରେ ପ୍ରଦାନ କରାଯିବ। ଅକ୍ଟୋବର ଓ ନଭେମ୍ବର ଦୁଇ ମାସର ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।
ଏହାକୁ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂ ସାମନ୍ତ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ୧୪ଟି ପଞ୍ଚାୟତର ସମସ୍ତ ପଞ୍ଚାୟତ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ଓ ହିତାଧିକାରୀମାନେ ଉପସ୍ଥିତ ରହିଥିଲେ। ବୃଦ୍ଧାବୃଦ୍ଧ ହିତାଧିକାରୀଙ୍କୁ ଓଡିଶା ସରକାର ଠାରୁ ୮୦୦ ଟଙ୍କା ହାତରେ ଦେଉଥିବା ବେଳେ କେନ୍ଦ୍ର ସରକାର ପକ୍ଷରୁ ମିଳୁଥିବା ୨୦୦ଟଙ୍କା ଜମା ଖାତାକୁ ଯିବ ସେହିପରି ବିଧବା ମହିଳାଙ୍କୁ ମଧ୍ୟ ଓଡିଶା ସରକାର ୭୦୦ ଟଙ୍କା ହାତରେ ପାଇବା ବେଳେ କେନ୍ଦ୍ର ସରକାର ପକ୍ଷରୁ ୩୦୦ଟଙ୍କା ନିଜ ନିଜ ଜମା ଖାତାକୁ ଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂ ସାମନ୍ତ ସୂଚନା ଦେଇଛନ୍ତି।