ଜନଜାତିଙ୍କ ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ପ୍ରାଧାନ୍ୟ ଦେଇଆସୁଛନ୍ତି: ଡ. ସ୍ୱଦେଶ ସିଂହ

ଧରତୀ ଅବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୨ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମାନନୀୟ ରାଷ୍ଟ୍ରୀୟ ସମ୍ପାଦକ ଓ ରାଜ୍ୟ ସହ ପ୍ରଭାରୀ ଡ. ସ୍ୱଦେଶ ସିଂହଙ୍କ ସମେତ ବରିଷ୍ଠ ନେତୃବୃନ୍ଦ

ଭୁବନେଶ୍ୱର ସାଲିଆ ସାହି ସ୍ଥିତ ହାତିଆଶୁଣୀ ଛକ ନିକଟରେ ଜନଜାତୀୟ ଗୌରବ ଦିବସ ପାଳିଲା ବିଜେପି ଜନଜାତି ମୋର୍ଚ୍ଚା

ଭୁବନେଶ୍ୱର, ୧୫/୧୧: ଶହୀଦ ବିର୍ସା ମୁଣ୍ଡା ୨୫ ବର୍ଷ ବୟସରେ ହିଁ ଭାରତର ସ୍ୱାଧୀନତା ସଂଗ୍ରାମରେ ନୂଆଫର୍ଦ୍ଦ ଯୋଡି ଥିଲେ । ୧୮୫୭ମସିହା ନଭେମ୍ବର ୧୫ତାରିଖରେ ଝାଡଖଣ୍ଡର ରାଂଚି ଜିଲ୍ଲାର ଉଲିହାଟୁ ଗାଁରେ ମୁଣ୍ଡା ଜନଜାତିରେ ବିର୍ସା ମୁଣ୍ଡା ଜନ୍ମ ଗ୍ରହଣ କରିଥିଲେ । ୧୮୯୪ରେ ଶ୍ରୀ ମୁଣ୍ଡା ଦୁର୍ଭିକ୍ଷ ଏବଂ ମହାମାରୀ ପରେ ବ୍ରିଟିଶଙ୍କୁ ଜନତାଙ୍କ ଉପରୁ କର ଛାଡ ପାଇଁ ଆନ୍ଦୋଳନ କରିଥିଲେ । ୧୮୯୭ ରୁ ୧୯୦୦ ମସିହା ମଧ୍ୟରେ ଶ୍ରୀ ମୁଣ୍ଡା ବ୍ରିଟିଶ ସହ ଲଢ଼େଇ କରିଥିଲେ । ଉନ୍ନବିଂଶ ଶତାବ୍ଦୀରେ ଦେଶରେ ଇଂରେଜ ଶାସନ କାଳରେ ବିର୍ସା ମୁଣ୍ଡା ଝାଡଖଣ୍ଡର ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକାଠି କରି ବିପ୍ଳବ ଆରମ୍ଭ କରିଥିଲେ । ଇଂରେଜ ଶାସନ, କୁସଂସ୍କାର, ଅନ୍ଧବିଶ୍ୱାସ ଓ କ୍ରୀତଦାସ ପ୍ରଥା ବିରୁଦ୍ଧରେ ଜଣେ ଯୋଦ୍ଧାଭାବେ ଲଢ଼େଇ କରି ଅଦମ୍ୟ ସାହସ ଓ ପ୍ରଶଂସନୀୟ ଉତ୍ସାହର ମୂର୍ତିମନ୍ତ ପ୍ରତୀକ ପାଲଟିଥିଲେ । ଆଦିବାସୀ ଓ ଜନଜାତିଙ୍କ କଲ୍ୟାଣ ପାଇଁ ବିର୍ସା ମୁଣ୍ଡାଙ୍କ ଅନ୍ତର ନିରନ୍ତର କାନ୍ଦୁଥିଲା । ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ । ଲୋକଙ୍କୁ ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ପ୍ରେରଣା ଯୋଗାଇଥିଲେ ବୋଲି ମାନନୀୟ ରାଷ୍ଟ୍ରୀୟ ସମ୍ପାଦକ ଓ ରାଜ୍ୟ ସହ ପ୍ରଭାରୀ ଡ. ସ୍ୱଦେଶ ସିଂହ କହିଛନ୍ତି ।

ଜନଜାତି ସମ୍ପ୍ରଦାୟଙ୍କଠାରୁ ଭଗବାନର ଆଖ୍ୟା ପାଇଥିôବା ଶହୀଦ ଧରତୀ ଅବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ଅବସରରେ ବିଜେପି ଜନଜାତି ମୋର୍ଚ୍ଚା, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଭୁବନେଶ୍ୱର ସାଲିଆ ସାହି ସ୍ଥିତ ହାତିଆଶୁଣୀ ଛକ ନିକଟରେ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଛି । ଏହି ଅବସରରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଡ. ସିଂହ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା ଯେଉଁ ସମାଜର ସ୍ୱାଭିମାନ, ଅଧିକାର ଓ ସମ୍ମାନ ପାଇଁ ସଂଘର୍ଷ କରିଥିଲେ । ସେହି ସମାଜକୁ ବିକାଶର ମୁଖ୍ୟସ୍ରୋତରେ ସମ୍ମାନଜନକ ଭାଗିଦାରୀ ପ୍ରଦାନ କରିବା ଆଜି ଆମର ଜାତୀୟ ଦାୟିତ୍ୱ । ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜନଜାତି ସମାଜର ସମ୍ମାନ, ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ସାମାଜିକ ଆର୍ôଥକ ବିକାଶକୁ ବିଶେଷ ପ୍ରାଥମିକତା ଦେଇଆସୁଛନ୍ତି ।

ଭଗବାନ ବିର୍ସା ମୁଣ୍ଡା ପାରମ୍ପରିକ ଜମି ଅଧିକାର, ସାଂସ୍କୃତିକ ତଥା ଧାର୍ମିକ ବିଶ୍ୱାସର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ନିରନ୍ତର ଯୁଦ୍ଧ କରିଆସିଥିଲେ । ଅଗଷ୍ଟ ୧୮୯୭ ଖୁଂଟି ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ । ଏହାପରେ ୧୮୯୮ରେ ଟାଙ୍ଗୀ ନଦୀ ଉପକୂଳରେ ବ୍ରିଟିଶ ସୈନ୍ୟଙ୍କ ସହ ମୁହାଁମୁହିଁ ହୋଇଥିଲେ । ୧୯୦୦ ମସିହା ଜାନୁୟାରୀ ମାସରେ ଡୋମ୍ବାଡି ପାହାଡ ଉପରେ ପୁନଃର୍ବାର ବ୍ରିଟିଶ ସୈନିକଙ୍କ ସହ ମୁହାଁମୁହିଁ ହୋଇଥିଲେ ଓ ଦୁଇ ମାସ ପରେ ଗିରଫ ହୋଇ ରାଂଚି ଜେଲ୍‌ରେ ରହିଥିଲେ । ଜୁନ୍ ୯ରେ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜିର ଦିନରେ ତାଙ୍କର ଏହି ସ୍ମୃତିକୁ ମନେ ପକାଇ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଡ. ସିଂହ ଆହ୍ୱାନ ଦେଇଥିଲେ ।

ଏଥି ସହ ଦେଶ ତଥା ଓଡିଶାର ଜନଜାତି ସମ୍ପ୍ରଦାୟର ବିକାଶ ଓ କଲ୍ୟାଣ ପାଇଁ ମୋଦି ସରକାର ଆଣିଥିବା ବିଭିନ୍ନ ଯୋଜନା ଗୁଡିକର ସୁଫଳ ଯେପରି ପ୍ରତ୍ୟେକ ଜନଜାତି ପରିବାର ପାଖରେ ପହଁଚିପାରିବ ସେଥିପ୍ରତି ସଚେତନ ହେବା ସହ ଯୋଜନାର ଲାଭ ଉଠାଇବାକୁ ଜନଜାତି ସମାଜକୁ ଅନୁରୋଧ କରିବା ସହ ଜନଜାତି ସମାଜର ଉନ୍ନତି, ସଶକ୍ତୀକରଣ ଓ ସରକାରୀ ଯୋଜନାର ସଫଳ ରୂପାୟନ କ଼ରିବାପାଇଁ ଜନଜାତି ସମାଜକୁ ଉଦ୍‌ବୋଧନ ଦେଇଥିଲେ ।

ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ବିଷ୍ଣୁ ଦାସ, ବରିଷ୍ଠ ଆଦିବାସୀ ନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶିନୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗଙ୍ଗାରାମ ସୋରେନ, ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ହରିଶ ମୁର୍ମୁ ଙ୍କ ସମେତ ବିଜେପି ଜନଜାତି ମୋର୍ଚ୍ଚା ଓ ଭୁବନେଶ୍ୱର ବିଜେପି କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।