କଲ୍ୟାଣସିଂହପୁର ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଉଦଘାଟନ
ଆଭାସୀ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କଲ୍ୟାଣସିଂହପୁର, ୧୫/୧୧(ନିପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଓ ସୁନାଖଣ୍ଡି ପଞ୍ଚାୟତ ସୀମାନ୍ତରେ ଅବସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଆଭାସୀ ମଧ୍ୟରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। କଲ୍ୟାଣସିଂହପୁରରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଅତିରିକ୍ତ ତହସିଲଦାର ଅନାଦି ଶବର,(କ) ଜୋନର ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀ, (ଖ) ଜୋନ ର ସଭାପତି ଅନିଲ କୁମାର ଜାଡ଼ି, ସହକାରୀ ଯନ୍ତ୍ରୀ କ୍ଷୀରୋଦ କାଲ, ସମିତି ସଦସ୍ୟା କୁନାକା ପଦ୍ମା, ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ। କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ କ୍ଷୀରୋଦ କାଲ ସଭାପତିତ୍ୱ କରିଥିଲେ। ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ବା ଜନଜାତି ଗୌରବ ଦିବସ ଅବସରରେ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟକୁ ଉଦଘାଟନ କରିଥିଲେ।ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଉଦଘାଟନ କରାଯାଇଛି। ଏହି ବିଦ୍ୟାଳୟ ମାଧ୍ୟମରେ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ଓ ଉତ୍ତମ ଭବିଷ୍ୟତ ଗଢ଼ିବାର ସୁଯୋଗ ପାଇପାରିବେ। ଶିକ୍ଷା ସହିତ ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୃଙ୍ଖଳାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ହିଁ ଏହି ବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ। ଆଦିବାସୀ ଅଞ୍ଚଳରେ ଶିକ୍ଷାର ଆଲୋକ ପହଞ୍ଚାଇବା ଦିଗରେ ଏକଲବ୍ୟ ବିଦ୍ୟାଳୟର ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ। କାର୍ଯ୍ୟକ୍ରମକୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବଙ୍ଗାରୀ ପରିଚାଳନା କରିଥିବା ବେଳେ ବ୍ଲକସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂ ସାମନ୍ତ, ମିଶନ ଶକ୍ତି ଅଧିକାରୀ ରାଜୀବ ପାଢ଼ୀ, ବିପିଏ ପ୍ରକାଶ ବିଡ଼ିକା ବ୍ଲକ କର୍ମଚାରି, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶିରିପୁର ଏସ ଏସ ଡି ବିଦ୍ୟାଳୟର ଶିକ୍ଷକ ଗୁରୁପ୍ରସାଦ ପବିତ୍ର ମୋହନ ମଞ୍ଚ ପରିଚାଳନା କରିଥିଲେ।