ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ

ପୁଅର ଡିଗ୍ରୀରେ ମାଆଙ୍କ ଆନନ୍ଦଅଶ୍ରୁ

କଟକ, ୧୮/୧୧: ପୂଜ୍ୟ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ମାର୍ଗଦର୍ଶନରେ କଟକ ନରାଜ ଠାରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ବିଶ୍ୱର ୫୭ଟି ଦେଶରେ ଶିକ୍ଷା ସହ ମାନବିକତାର ମନ୍ତ୍ର ବିସ୍ତାର କରୁଥିବା ଏହି ବିଶ୍ୱବିଦ୍ୟାଳୟର ସନ୍ଧ୍ୟାକାଳୀନ ମୁକ୍ତାକାଶ ମଞ୍ଚରେ ଆୟୋଜିତ ଉତ୍ସବରେ ପୂଜ୍ୟ ଗୁରୁଜୀ, କୁଳପତି, କୁଳସଚିବଙ୍କ ସହ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ।ଏହି ଅବସରରେ ବିଜିନେସ୍ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଉପାଧି ଗ୍ରହଣ କରିଛନ୍ତି ହର୍ଷବର୍ଦ୍ଧନ ସାହୁ। ମଞ୍ଚ ଉପରେ ପୁଅକୁ ଡିଗ୍ରୀ ନେବାର ଦେଖି ମଞ୍ଚତଳେ ବସିଥିବା ମାଆଙ୍କ ଆଖିରୁ ଧାର ଧାର ଆନନ୍ଦଅଶ୍ରୁ ଗଡ଼ି ଯାଉଥିଲା। ମାଆ ହେଉଛନ୍ତି ପ୍ରସିଦ୍ଧ କଥକ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ଡଃ ସଙ୍ଗୀତା ସାହୁ। ପୁଅକୁ ଏ ପର୍ଯ୍ୟନ୍ତ ଆଣିବା ପାଇଁ ତାଙ୍କ ସାହସ, ଶକ୍ତି ଓ ସାମର୍ଥ୍ୟକୁ ମନେ ପକାଇ ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ। ପୁଅର ଏହି ସଫଳତାରେ ବାପା ଅରୁଣ କୁମାର ସାହୁ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ଏହି ଅବସରରେ ଗୁରୁଜୀ ଶ୍ରୀ ଶ୍ରୀ ରବିଶଙ୍କର କହିଥିଲେ, ସମାଜର ସବୁ ପୁଅ-ଝିଅ ନିଜ ବାପା-ମାଆ ଓ ପରିବାର ମନରେ ଏମିତି ଖୁସି ଆଣିଦିଅନ୍ତୁ।