ଭୁବନେଶ୍ୱର, ୧୯/୧୧: ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ଗୃହର ଅଚଳାବସ୍ଥା। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଚାଲିପାରିଲାନି ଗୃହ କାର୍ଯ୍ୟ। ପ୍ରଶ୍ନକାଳ ଆରମ୍ଭରୁ ବ୍ୟାନର୍ ଓ ପ୍ଲାକାର୍ଡ ଧରି ହୋହଲ୍ଲା କଲେ ବିରୋଧୀ। ଯାହା ଫଳରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।
ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଲାଗି ରହିଥିଲା। ବନ୍ୟା ମୁକାବିଲାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ବିଜେଡି ହୋହଲ୍ଲା କରିଥିଲା। କୋଟିଆ ପ୍ରସଙ୍ଗ ଗୃହରେ ଆଲୋଚନା ପାଇଁ କଂଗ୍ରେସ ସଦସ୍ୟମାନେ ଦାବି କରିଥିଲେ।