ଭୁବନେଶ୍ୱର, ୧୯/୧୧: ଆସନ୍ତା ୩୦ରେ ସରିବ ଓଡ଼ିଶା ପୁଲିସ ମୁଖ୍ୟ (ଡିଜିପି) ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୩୦ ତାରିଖରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିବେ।
୧୯୯୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର ଏବେ ଓଡ଼ିଶା ପୁଲିସର ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଏହା ପୂର୍ବରୁ ସେ କ୍ରାଇମବ୍ରାଞ୍ଚ ଓ ସିଆଇଡିର ଡିଜି ଭାବେ କାର୍ଯ୍ୟ କରୁଥିଲେ।
ସୂଚନାଯୋଗ୍ୟ, ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୬ ତାରିଖରେ ଶେଷ ହେବା ପରେ ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସ ମୁଖ୍ୟ (ହେଡ୍ ଅଫ୍ ପୋଲିସ ଫୋର୍ସ) ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ନିୟମିତ ଡିଜିପି ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଉଥିଲେ।
ଅନ୍ୟପଟେ, ନଭେମ୍ବର ୩୦ରେ ବିନୟତୋଷ ମିଶ୍ରଙ୍କ ଅବସର ପରେ କିଏ ହେବେ ଓଡ଼ିଶା ଡିଜିପି ସେ ନେଇ ସସପେନ୍ସ ଲାଗି ରହିଛି। ଖୁବ୍ଶୀଘ୍ର ନୂଆ ଡିଜିପି ନିଯୁକ୍ତି ପାଇବା ସମ୍ଭାବନା ରହିଛି।