ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୧୪ ଅଧିକାରୀଙ୍କୁ ଦାୟିତ୍ବ
୧୪ ଜିଲ୍ଲାର କଲେକ୍ଟରେଟ୍ରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଜାରି
ଭୁବନେଶ୍ୱର, ୧୯/୧୧: ବାତ୍ୟା ‘ଅକୱାନ୍’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ରିଲିଫ୍, ପୁନର୍ବାସ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ୧୪ଟି ଜିଲ୍ଲାରେ ୧୪ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ନିୟୋଜିତ ଅଧିକାରୀମାନଙ୍କୁ ତୁରନ୍ତ ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲାର କଲେକ୍ଟରେଟ୍ରେ ପହଞ୍ଚି ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି।
ନିର୍ଦ୍ଦେଶ ଅନୁସାରେ, କଟକ ଜିଲ୍ଲା ପାଇଁ ଅଶୋକ କୁମାର ମିଶ୍ର, ଖୋର୍ଦ୍ଧା ପାଇଁ ଭିକ୍ଟର ସୋରେନ୍, କେନ୍ଦୁଝର ପାଇଁ ରଞ୍ଜନ କୁମାର ମାର୍ଥା ଏବଂ ଜଗତସିଂହପୁର ପାଇଁ ମନୋଜ କୁମାର ତାଣ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି ମୟୂରଭଞ୍ଜ ଜିଲ୍ଲା ପାଇଁ ସୁଶାନ୍ତ କୁମାର ସାହୁ, ଭଦ୍ରକ ପାଇଁ ପ୍ରମୋଦ କୁମାର ପାଢ଼ୀ, ଢେଙ୍କାନାଳ ପାଇଁ ସୁଗମ ମିଶ୍ର ଏବଂ ବାଲେଶ୍ୱର ପାଇଁ ଶ୍ରୀକାନ୍ତ ପାତ୍ରଙ୍କୁ ନିୟୋଜିତ କରାଯାଇଛି।
ଅନ୍ୟପକ୍ଷରେ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସଞ୍ଜୟ ମାଥୁର ଗଡ଼ତିଆ, ଯାଜପୁର ପାଇଁ ପ୍ରବୋଧ କୁମାର ଜେନା, ନୟାଗଡ଼ ପାଇଁ ସୋନାଲି ବଢ଼ାଇ ଏବଂ ଗଜପତି ପାଇଁ ଆଦିତ୍ୟ ଲାକ୍ରାଙ୍କୁ ଦାୟିତ୍ୱ ମିଳିଛି। କନ୍ଧମାଳ ଜିଲ୍ଲା ପାଇଁ ସୋନିଆ ତିର୍କୀ ଏବଂ ପୁରୀ ଜିଲ୍ଲା ପାଇଁ ଅଗଷ୍ଟିନ୍ ଟେଟେଙ୍କୁ ନିୟୋଜିତ କରାଯାଇଛି।