ଓଡ଼ିଶାରେ ଅଛି ମୂଲ୍ୟବାନ ମାଣିକ୍ୟ ଖଣି: ମନ୍ତ୍ରୀ ବିଭୂତି ଜେନା

ସୁନା ଓ ରୂପା ଖଣିର ସନ୍ଧାନ ବି ମିଳିଛି

ଭୁବନେଶ୍ୱର, ୧୯/୧୧: ଓଡ଼ିଶାର ୩ ଜିଲ୍ଲାରେ ଅଛି ସୁନା ଖଣି। ବିଧାନସଭାରେ ସୌଭିକ୍ ବିଶ୍ୱାଳଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ବିଭୂତି ଜେନା।

ମନ୍ତ୍ରୀ କହିଛନ୍ତି, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଛି। ୩ଟି ଜିଲ୍ଲାରେ ମୋଟ ୩,୩୩୮.୭୯ କେଜି ସୁନା ମହଜୁଦ ଅଛି। ଦେବଗଡ ଓ ସୁନ୍ଦରଗଡରେ ରୁପା ଖଣି ଅଛି। ଦୁଇଟି ଜିଲ୍ଲାରେ ମୋଟ ୨.୩୮୭ ମେଟ୍ରିକ୍ ଟନ୍ ରୁପା ମହଜୁଦ ଅଛି। ସେହିପରି କଳାହାଣ୍ଡିରେ ମୂଲ୍ୟବାନ ମାଣିକ୍ୟ ବା RUBY ଖଣିର ସନ୍ଧାନ ମିଳିଛି।