କଲ୍ୟାଣସିଂହପୁର, ୨୧/୧୧(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦରରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ମାସର ବଡ଼ ଏକାଦଶୀ ଅବସରରେ ମନ୍ଦିର ପରିଚାଳନା କମିଟିପକ୍ଷରୁ ଅଷ୍ଟପ୍ରହରି ନାମଯଜ୍ଞ ଅନୁଷ୍ଠିତ କରାଯାଇଛି । ଏଥିରେ ପ୍ରାୟ ୨୩ଟି ସଂକୀର୍ତ୍ତନ ମେଳ ଉପସ୍ଥିତ ରହି ନାମଯଜ୍ଞ ରେ ଭାଗ ନେଇଥିଲେ । ସଂକୀର୍ତ୍ତନ ମେଳକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱାଗତ କରିବା ସହ ସେମାନଙ୍କର ରହିବା ଓ ଖାଇବା ସମସ୍ତ ବ୍ୟବସ୍ଥା କରିଥିଲେ । ଏହି ନାମ ଯଜ୍ଞ ଆସନ୍ତା କାଲି ରବିବାର ସକାଳୁ ସମାପ୍ତ କରାଯିବ । ଶୁକ୍ରବାର ସନ୍ଧ୍ୟାରେ ୧୦୮ କଳସରେ ନାଗାବଳୀ ଓ କଲ୍ୟାଣି ନଦୀ ମୁହାଣୀରୁ ଜଳ ସଂଗ୍ରହ କରି ନାମଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ । କର୍ତ୍ତା ମନ୍ଦିର ପରିଚାଳନା କମିଟିର ଏଙ୍କେଟେଶ୍ୱର ପାଢ଼ୀ ସହଧର୍ମିଣୀ ରଶ୍ମୀତା ପାଢ଼ୀ ରହିଥିବା ବେଳେ ପୁରହିତ ବାପିନ ମିଶ୍ର (ଲାରା) ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ରାମ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସଦସ୍ୟ, ବ୍ରାହ୍ମଣ ସେବାୟତ,ଗ୍ରାମବାସୀ, କୁମ୍ଭାର, ଡ୍ରାଇଭର ସଙ୍ଗ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ସନ୍ଧ୍ୟାରେ ୫୦୦୧ ଦୀପ ଯଜ୍ଞ କରାଯାଇଛି । ବହୁ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ରହି ନାମ ଯଜ୍ଞ ଓ ଦୀପ ଯଜ୍ଞ ରେ ଭାଗ ନେଇ ଥିଲେ ।ପ୍ରାୟ ହଜାର ହଜାର ଭକ୍ତ ଙ୍କ ନିମନ୍ତେ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏକାଦଶୀ ଅବସରରେ ସନ୍ଧ୍ୟା ରେ ମହାଦୀପ ଉଠାଯାଇଛି।ରବିବାର ସକାଳ ୭ଟାରେ ନାମ ଯଜ୍ଞ ଶେଷ କରିବା ପରେ ପୂର୍ଣ୍ଣହୁତି କରିବା ସହ ଦଧି ହାଣ୍ଡି ନଗର ପରିକ୍ରମା କରି ଶେଷ କରାଯିବ ବୋଲି ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ ସୂଚନା ଦେଇଛନ୍ତି ।