ଛଅ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀଙ୍କ ଅନିର୍ଦ୍ଦିଷ୍ଟ କାର୍ଯ୍ୟ ବନ୍ଦ ଡାକରା

୨୩ରୁ କାର୍ଯ୍ୟବନ୍ଦ ପାଇଁ ଚେତାବନୀ

କଲ୍ୟାଣସିଂହପୁର, ୨୧/୧୧: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କରସ ଆସୋସିଏସନ ପକ୍ଷରୁ ଛଅ  ଦଫା ଦାବୀ ନେଇ ଚଳିତ ମାସ ୨୩ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ଶିଶୁ ବିକାଶ ସେବା ଯୋଜନା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ଏହା ସହ ଗୋଷ୍ଠି ଅଧିକାରିଣୀ ଓ ଥାନା ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି।ଅଙ୍ଗନୱାଡି ଙ୍କ ସମସ୍ୟା କୁ ନେଇ ଦୀର୍ଘ ବର୍ଷ ଧରି ବିଭାଗୀୟ ମନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରି  ଆସିଥିଲେ।କିନ୍ତୁ ଆଜି ପର୍ଯ୍ୟନ୍ତ ଅଙ୍ଗନୱାଡି  ଅଧିକାଂଶ ଦାବୀ କେବଳ ଆଲୋଚନା ଓ ପ୍ରତିଶୃତି ଦେଇ ସୀମିତ ରଖିଛନ୍ତି। ଯାହା ଫଳରେ ରାଜ୍ୟର ହଜାର ହଜାର କର୍ମୀ ମାନେ ଅସନ୍ତୋଷ ଓ ନୈରାଶ୍ୟ  ଦେଖା ଦେଉଛି। ଏହାକୁ ନେଇ ଚଳିତ ମାସ ୧୨ତାରିଖରେ ସଙ୍ଗର କାର୍ଯ୍ୟକାରିଣୀ ବୈଠକ ରେ ସର୍ବ ସମ୍ମତି ନିଷ୍ପତ୍ତି କରିଥିଲେ। ଚଳିତ ୨୨ତାରିଖ ପର୍ଯ୍ୟନ୍ତ ସରକାର ଦାବୀ ଗୁଡିକ ପୂରଣ ନ କଲେ ୨୩ତାରିଖ ଠାରୁ ରାଜ୍ୟବ୍ୟାପୀ  ଅନିର୍ଦ୍ଧିଷ୍ଟ କାଳ କାର୍ଯ୍ୟବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ତାହାକୁ ନେଇ ଆଜି କଲ୍ୟାଣ ସିଂହପୁର ଅଙ୍ଗନୱାଡି କର୍ମୀ  ଓ ହେଲପର ମିଳିତ ହୋଇ ସମନ୍ୱିତ ଶିଶୁ ବିକାଶ ଯୋଜନାର ଅଧିକାରିଣୀ ଅନୁପସ୍ଥିତ ରହିଥିବାରୁ ବରିଷ୍ଠ କିରାଣୀ ସିପୁନ ପାଣିଗ୍ରାହି, ବିଡ଼ିଓ ଅନୁପସ୍ଥିତ ରହିଥିବାରୁ ବରିଷ୍ଠ କିରାଣୀ ଗୋପୀନାଥ ସାମନ୍ତରାୟ ଓ ଥାନାରେ ଲିଖିତ ପ୍ରଦାନ କରିଛନ୍ତି। ଛଅ ଦାବୀ ଗୁଡିକ ହେଲା ଅଙ୍ଗନୱାଡି କର୍ମୀ  ଓ ହେଲପରଙ୍କୁ ନିୟମିତ କର୍ମଚାରୀ ଭାବେ ମାନ୍ୟତା। ମାନ୍ୟତା ପ୍ରଦାନ ପର୍ଯ୍ୟନ୍ତ ଅଙ୍ଗନବାଡି ଙ୍କୁ ମାସିକ ୩୦ହଜାର ଟଙ୍କା ଓ ହେଲପର ଙ୍କୁ ମାସିକ ୧୫ହଜାର ଟଙ୍କା ପ୍ରଦାନ କରାଯାଉ। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଙ୍କ ରାୟ ଓ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ କର୍ମୀଙ୍କୁ ଗ୍ରାଜୁଇଟି ପ୍ରଦାନ। ଏହା ସହ ସାମାଜିକ ଓ ଅବସରକାଳିନ ଆର୍ଥିକ ସହାୟତା ନିମନ୍ତେ ଅଙ୍ଗନବାଡି କୁ ୧୦ଲକ୍ଷ ଟଙ୍କା ଓ ହେଲପର ଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଉ। ୨୦୨୪ମସିହା ନିର୍ବାଚନ ଇସ୍ତାହାର ରେ ଘୋଷଣା କରାଯାଯାଇଥିବା ପାରିଶ୍ରମିକ ବୃଦ୍ଧି କୁ ତୁରନ୍ତ କାର୍ଯ୍ୟକାରୀ କରି ବର୍ଦ୍ଧିତ ପାରିଶ୍ରମିକ ପ୍ରଦାନ। ଅଙ୍ଗନବାଡି ଙ୍କ ପଦୋନ୍ନତି ପ୍ରକ୍ରିୟା କୁ ପ୍ରତିବର୍ଷ ନିୟମିତ କରାଯାଉ ଓ ହେଲପର ଙ୍କ ପଦୋନ୍ନତି କ୍ଷେତ୍ର ରେ ରହିଥିବା ବୟସ ସୀମାକୁ ଉଚ୍ଛେଦ କରାଯାଉ। କର୍ମୀଙ୍କ କାର୍ଯ୍ୟ ସ୍ଥଳରେ ମୃତ୍ୟୁ ଘାଟିଲେ ମୃତ୍ୟୁକାଳିନ ସହାୟତା ବାବଦ କୁ ୫ଲକ୍ଷ ଟଙ୍କା ପ୍ରଦାନ ସହ ପରିବାରର ଯୋଗ୍ୟ ସଦସ୍ୟ ଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପ୍ରଦାନ। ଅଗଷ୍ଟ ମାସ ୩୧ତାରିଖ ରେ ଜାରି ହୋଇଥିବା ପତ୍ର ସଂଖ୍ୟା ୨୧୩୫୧ଅନୁଯାୟୀ ୫୫ବର୍ଷୀୟା ଉର୍ଦ୍ଧ କର୍ମୀଙ୍କ ପ୍ରତିବର୍ଷ ସମୀକ୍ଷା କରାଯାଉଛି ତାହା ବନ୍ଦ କରାଯାଉ, ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ୬୦ବର୍ଷ ସେବା ଦିଆଯାଉ ବୋଲି ଉଲ୍ଲେଖ କରିଛନ୍ତି । ଭାରିତୀୟ ମଜଦୁର ସଙ୍ଗ କଲ୍ୟାଣ ସିଂହପୁର ଅଙ୍ଗନବାଡି କରି ସଭାପତି ହେମଲତା ମହାପାତ୍ର, ସମ୍ପାଦକ ବୃନ୍ଦାବତୀ ବେହେରା ସମେତ ରିତା ରଞ୍ଜନୀ ପଣ୍ଡା, ମଣ୍ଡଳ ସାରୀ, ମଞ୍ଜୁଳା ଉଲ୍ଲକା, ପଦ୍ମାବତୀ ନାୟକ, ମମତା ହୁଇକା ପ୍ରମୁଖ ଉପସ୍ଥିତି ରହି ଦାବୀ ପତ୍ର ପ୍ରଦାନ କରିଥିଲେ।