କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ
ବରିଷ୍ଠ ସାମ୍ବାଦିକ” ପ୍ରଦ୍ୟୁମ୍ନ ଶତପଥୀଙ୍କୁ “ଦୟାନଦୀ ସମ୍ମାନ -2026”
ଭୁବନେଶ୍ୱର, ୨୪/୧୧: କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ଦୟାନଦୀ ପଠାଠାରେ ପବିତ୍ର ବୋଇତ ବନ୍ଦାଣ ଉତ୍ସବ ସଂଗଠନ ଅଧ୍ୟକ୍ଷ, ସମାଜସେବୀ ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ,ଏକାମ୍ର ବିଧାୟକ ବାବୁ ସିଂ, ପ୍ରାକ୍ତନ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଭୁବନେଶ୍ୱର ମହାନଗରପାଳ ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ରହିବା ସହ ଓଡ଼ିଆର ମହାନ ପରମ୍ପରା, ସଂସ୍କୃତି, ଐତିହ୍ୟ, ନୌବାଣିଜ୍ୟ ଓ ବୀରତ୍ୱ ସାରା ବିଶ୍ୱରେ ଶ୍ରେଷ୍ଠ ଓ ଅନନ୍ୟ ବୋଲି ମତବ୍ୟକ୍ତ କରିଥିଲେ l ଭୋର ସମୟରେ କଦଳୀ ପଟୁଆରେ ପ୍ରସ୍ତୁତ ଡ଼ଙ୍ଗା ମାଧ୍ୟମରେ ଡ଼ଙ୍ଗାଭଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସମାଜରେ ଉଲେଖନୀୟ କାର୍ଯ୍ୟ ନିମନ୍ତେ କିଛି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱଙ୍କୁ “ଦୟାନଦୀ ସମ୍ମାନ -2026″ପ୍ରଦାନ କରାଯାଇଥିଲା l ଏହି ଅବସରରେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ନାଗରିକ ମହାମଞ୍ଚ ପ୍ରଦ୍ୟୁମ୍ନ ଶତପଥୀଙ୍କୁ “ଦୟାନଦୀ ସମ୍ମାନ -2026 ପ୍ରଦାନ କରାଯାଇଥିଲା l ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟ ତଥା ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ 45 ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରିବା ସହିତ ଅନେକ ସାଂସ୍କୃତିକ, ବୌଦ୍ଧିକ ସଂଗଠନର ମାର୍ଗଦର୍ଶକ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛନ୍ତି ବୋଲି ମାନ୍ୟବର ବାଚସ୍ପତି ମତବ୍ୟକ୍ତ କରିବା ସହ, ଆମ ନୌ ବାଣିଜ୍ୟ ପରମ୍ପରା ମହାନ ବୋଲି କହିଥିଲେ l ଆଗାମୀ ପୀଢ଼ି ସର୍ବଦା ମା, ମାଟି, ମାତୃଭାଷାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ l ଆଶାଏଁ, ଅଧ୍ୟାପକ ଲକ୍ଷ୍ମୀଧର ପ୍ରଧାନ,ଆଞ୍ଚଳିକ ଡ୍ରାମାଟିକ କ୍ଲବ,ମା ଭୁବନେଶ୍ୱରୀ ମହିଳା ସଂଗଠନ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବୋଲି ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଥିଲେ l